ଫିକା ଫିକା ଲାଗେ ରଜ – ପବିତ୍ର କୁମାର ନାୟକ
ଲେଖକ ପରିଚୟ
ବଣମଲ୍ଲୀର ମହକ ହେଉଛି ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର ଯାହା ସମଗ୍ର ବିଶ୍ଵର ଓଡିଆ ଲେଖକ ଓ ପାଠକ ମାନଙ୍କୁ ଏକ ଭର୍ଚୁଆଲ ସମ୍ପ୍ରଦାୟରେ ଏକତ୍ରିତ କରିଥାଏ ।
ମିଛ ଖାଲି ସଜବାଜ
ପାଦପ ନିଶ୍ଚିହ୍ନ ହୃଦୟେ କଷଣ
ଫିକା ଫିକା ଲାଗେ ରଜ…
ଧରା କାନ୍ଦେ କଇଁ କଇଁ
କାହାଲାଗି କଲ ଏତେ କଲବଲ
ଟାଙ୍ଗରା ପଡିଛି ଭୂଇଁ…
ବନସ୍ତେ ଦିଶୁନି ଗଜ
ଗାଁଆ ମୁଣ୍ଡ ପୁଣି ପୁଙ୍ଗୁଳା ହେଲାଣି
ସହରେ ଚାଲେ ମଉଜ…
କିଏବା ଶୁଣିବ ଦୁଃଖ
ଚପଳା କୁ ଚାହିଁ ମନ ହାଇଁ ପାଇଁ
ଶୁଖିଛି ବରଷା ମୁଖ…
ସାଉଁଟେ ଅତୀତ ସ୍ମୃତି
ହଜିଲା ସପନ ଖୋଜୁଅଛି ମନ
ପାଇଛି ଅଜଣା ଭୀତି…
ସରସୀର କୂଳେ ସଖା
ଖୋଜୁଅଛି ଆଜି ଚାନ୍ଦିନୀରେ ଭିଜି
ନବବଧୂ ଏକା ଏକା…
ଫେରେଇ ଦିଅ ସେ ଦିନ
ସାଙ୍ଗ ସାଥି ମେଳ ବୋହୁଚୋରୀ ଖେଳ
ପୂନେଇଁ ରାତିର ଜହ୍ନ…

ପଢିବାକୁ ଭୁଲନ୍ତୁ ନାହିଁ

