ମୁଁ ନୀଳ ପାରାବାର – ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର

ଲେଖକ ପରିଚୟ

ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର
ମଙ୍ଗଳଯୋଡି, ଖୋରଧା, ଓଡିଶା | ସଦ୍ୟ ପୋଷ୍ଟ

Read More

ତୁମେତ ସଜନୀ ନଳିନୀ 
                        ମୁଁ’ଅଟେ ରବିକର,
ତୁମେ ତ ତଟିନୀ   କୁମୁଦ କଳିକା
ଶରଦ ଶଶି ମୁଁ
ତାରା ଭରା ଆକାଶର   ।।
ତୁମେତ ସୁନ୍ଦରୀ ମୟୂରୀ
      ଘୋର ଘଞ୍ଚ ବନାନୀ ର,
ତୁମରି ପ୍ରଣୟ  ଆତୁର ବିଧୁର
ନୀଳ ମେଦୁର ମୁଁ
ଉଡେ ଶୂନ୍ୟେ ଶୂନ୍ୟାକାର  ।।
ତୁମେ କୁଆଁ ତାରା କୁଆଁରୀ
        ପାହାନ୍ତିଆ ଆକାଶର,
ମୁଁ ନିର୍ବିକାର, ନିଥର,ନିଶ୍ଚଳ
ନୀଳ ଅମ୍ବର
ତୁମକୁ କରିଛି କୋଳ  ।।
ସାତରଙ୍ଗର ବାଶବ କାର୍ମୁକ
       ବିଶାଳ ଛାତିରେ ମୋର,
ତୁ ଶୀତ ସିକ୍ତ  ଟିପି ଟିପି ବର୍ଷା
ତୁ, ବିଦ୍ୟୁତ ପ୍ରଭା
ବିଭୁଷଣ ଫୁଲ ତୁଲ  ।।
ଫେନୀଳ,ସୁନୀଳ,ଉତାଳ ତରଙ୍ଗ
           ଚଳଚଞ୍ଚଳ ଅଧୀର,
ଅନନ୍ତ ପ୍ରେମର  ପ୍ରଣୟ ପିପାସୁ
ପ୍ରୀୟା ତରଙ୍ଗିଣୀ
ମୁଁ ନୀଳ ପାରାବାର  ।।

HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ