ଏଇତ ଜୀବନ – ଗାୟକ କଳହଂସ ଦୁର୍ଗା ପ୍ରସାଦ ଦାଶ

ଲେଖକ ପରିଚୟ

ସମ୍ପାଦକ - ବଣମଲ୍ଲୀର ମହକ | ବ୍ଲଗ | ସଦ୍ୟ ପୋଷ୍ଟ

ବଣମଲ୍ଲୀର ମହକ ହେଉଛି ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର ଯାହା ସମଗ୍ର ବିଶ୍ଵର ଓଡିଆ ଲେଖକ ଓ ପାଠକ ମାନଙ୍କୁ ଏକ ଭର୍ଚୁଆଲ ସମ୍ପ୍ରଦାୟରେ ଏକତ୍ରିତ କରିଥାଏ ।

କିଏ କହେ ଜୀବନଟା ଶୁଷ୍କ ମରୁଭୂମି

କେ କହେ ଜୀବନ କଣ୍ଟକିତ ବନଭୂମି,
ପୁଣି କେ କହେ ଜୀବନ ପଦ୍ମ ପତ୍ରେ ଢଳଢଳ ନୀର…
ହେଲେ ଏଇତ ଜୀବନ,
ଯହିଁଥାଏ ହସ, ଲୁହ, ସୁଖ, ଦୁଃଖ, ଅମୃତ, ଜହର ||1|
କିଏକହେ ଜୀବନଟା ଅତି ଭୟଙ୍କର
କିଏକହେ ଜୀବନଟା ଦୁଃଖର ସାଗର,
ଏଠି କେତେବେଳେ ଖରା ପୁଣି କେତେବେଳେ ଛାଇ…
ହେଲେ ଏଇତ ଜୀବନ,
ଯହିଁ ଥାଏ ପ୍ରେମ ପୁଣି ପ୍ରତାରଣା, ଜଳୁଥାଏ ପ୍ରତିଶୋଧ ଜୁଇ | |2|
କିଏକହେ ଜୀବନଟା ବଇଶାଖ ସମ
କିଏକହେ ଜୀବନଟା ବସନ୍ତରୁ ବଳି ମନୋରମ,
କିଏକହେ ଜୀବନଟା ଶ୍ରାବଣର ଧାରା…
ହେଲେ ଏଇତ ଜୀବନ,
ଯାହା ଘୃଣା ଆଉ ପ୍ରେମ, ପାଇ ପୁଣି ହଜାଇବା ବେଦନାରେ ଭରା ||3|
କିଏକହେ ଏ ଜୀବନ ଯୁବତୀର ସୁକୋମଳ ଛୁଆଁ
କିଏକହେ ଏ ଜୀବନ ପାପ, ପୁଣ୍ୟ ଜଳୁଥିବା ଧୁଆଁ,
ଭଗ୍ନ ପାନ୍ଥଶାଳା କେବେ, ଭରା ଯଉବନୀ ଆଖିର କିମିଆଁ…
ହେଲେ ଏଇତ ଜୀବନ,
ସୁଖର ପାଉଁଶ ତଳେ ଦିକିଦିକି ଜଳୁଥିବା ବିରହର ନିଆଁ ||4|
-ଦୁର୍ଗା ପ୍ରସାଦ ଦାଶ-

Writer’s Details: ଗାୟକ କଳହଂସ ଦୁର୍ଗା ପ୍ରସାଦ ଦାଶ,
ପ୍ରାଧ୍ୟାପକ, ଇଂରାଜୀ ବିଭାଗ, କଲାମ ଶିକ୍ଷାନୁଷ୍ଠାନ ସମୁହ, ଵ୍ରହ୍ମପୁର, ଗଂଜାମ
Content Category:
Submission Date: Jun 17, 2019


HTML tutorial

ବଣମଲ୍ଲୀର ମହକ ହେଉଛି ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର ଯାହା ସମଗ୍ର ବିଶ୍ଵର ଓଡିଆ ଲେଖକ ଓ ପାଠକ ମାନଙ୍କୁ ଏକ ଭର୍ଚୁଆଲ ସମ୍ପ୍ରଦାୟରେ ଏକତ୍ରିତ କରିଥାଏ ।

ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ