କାହାର ମୂଲ୍ୟ ଅଧିକ-ପାଣିର ନା ସୁନାର ?

ଲେଖକ ପରିଚୟ

ସମ୍ପାଦକ - ବଣମଲ୍ଲୀର ମହକ | ବ୍ଲଗ | ସଦ୍ୟ ପୋଷ୍ଟ

ବଣମଲ୍ଲୀର ମହକ ହେଉଛି ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର ଯାହା ସମଗ୍ର ବିଶ୍ଵର ଓଡିଆ ଲେଖକ ଓ ପାଠକ ମାନଙ୍କୁ ଏକ ଭର୍ଚୁଆଲ ସମ୍ପ୍ରଦାୟରେ ଏକତ୍ରିତ କରିଥାଏ ।

କାହାର ମୂଲ୍ୟ ଅଧିକ-ପାଣିର ନା ସୁନାର ? ଆସନ୍ତୁ ଜାଣିବା ସେ ବିଷୟରେ ।

ଆରବର ରାଜାଙ୍କୁ ନେଇ ଏହି କଥାଟି । ପୂରା ବିଷୟଟିକୁ ଜାଣନ୍ତୁ ।

ଆରବର ରାଜା ଥିଲେ ଖୁବ୍ ଉଚ୍ଚାଭିଳାଷୀ ଓ ଲୋଭୀ । ସେ କେବଳ ରାଜ୍ୟ ଜୟ କରୁ ନ ଥିଲେ ରାଜ୍ୟରୁ ଲୁଣ୍ଠନ କରି ଛାରଖାର କରି ଦେଉଥିଲେ । ତାଙ୍କର ଲକ୍ଷ୍ୟ ଥିଲା ପୃଥିବୀର ସବୁ ସୁନାର ମାଲିକ ହେବା ।
ଥରକର କଥା -ଦୂରରେ ଥିବା ଗୋଟିଏ ରାଜ୍ୟକୁ ସେ ଆକ୍ରମଣ କରିବାକୁ ବାହାରିଲେ । ତାକୁ ଆକ୍ରମଣ କରି ବିଧ୍ବସ୍ତ କରିଦେଲେ ସିନା ନିଜ ରାଜ୍ୟକୁ ପ୍ରତ୍ଯାବର୍ତ୍ତନ କରୁଥିବା ବେଳକୁ ସମସ୍ତେ ସାଂଘାତିକ ଭାବେ କ୍ଲାନ୍ତ ହୋଇ ପଡିଥିଲେ । କିନ୍ତୁ ସେତେବେଳକୁ ବିଶ୍ରାମ ନେବାର ଜୁ ନ ଥିଲା । କାରଣ ସେମାନେ ଥିଲେ ଗୋଟିଏ ବିଶାଳ ମରୁଭୂମିର ମଧ୍ୟ ଭାଗରେ । ସେମାନଙ୍କ ପାଖରେ ପାଣି ସରିଯାଇଥିଲା । ଜଣକ ପରେ ଜଣେ ଶୋଷରେ ମରିବାକୁ ଲିଗିଥିଲେ । ଯାହା ପାଣି ଥିଲା ସେଥିରେ କେବଳ ରାଜାଙ୍କୁ ବଞ୍ଚାଇ ରଖାଗଲା । କିନ୍ତୁ ସେତକ ବି ସରିଗଲା । ଏବେ ସମସ୍ତେ ଘୋର ତୃଷାର୍ତ୍ତ , ପାଣି ନ ପାଇଲେ ପ୍ରାଣ ଛାଡିଯିବ । ଏହି ସମୟରେ ଦିଶିଲା ଗୋଟିଏ କୂଅ । କୂଅରେ ଅନେକ ଗଭୀରରେ ଟିକିଏ ପାଣି ଥିଲା । ବାହାରେ ଦଉଡିରେ ବନ୍ଧା ହୋଇଥିଲା ଗୋଟିଏ ସୁନାର ପାତ୍ର । ପାଣି ମିଳିଗଲା ବୋଲି ରାଜା ଆତ୍ମହରା ହୋଇଗଲେ । ପାତ୍ରଟି ସୁନାର ହୋଇଥିବା ସତ୍ତ୍ବେ ରାଜାଙ୍କ ଆଖିରେ ତାହା ପଡିଲା ନାହିଁ । ଏବେ କେବଳ ପାଣିର ଚିନ୍ତା । ଜଣେ ସୈନିକ ପାତ୍ରକୁ କୂଅରେ ପକାଇଲା । କିନ୍ତୁ ତାକୁ ବାହାରକୁ ଟାଣିବା ପରେ ଆର୍ତ୍ତନାଦ କରି କହି ଉଠିଲା- ମହାରାଜ, ଏଥିରେ ପାଣି ଆସୁ ନାହିଁ । କାରଣ ଏଥିରେ ରହିଛି ଗୋଟିଏ ବଡ଼ ଛିଦ୍ର ।
ରାଜା ହତାଶା ଓ କ୍ରୋଧରେ ସୁବର୍ଣ୍ଣ ପାତ୍ରକୁ ଗୋଇଠାଟିଏ ମାରିଲେ । ଏବେ ସେ ବୁଝିପାରୁଥିଲେ କାହାର ମୂଲ୍ୟ ଅଧିକ- ପାଣିର ନା ସୁନାର ?

ସଂଗ୍ରହକାରୀ–ନରେନ୍ଦ୍ର ପ୍ରସାଦ ବେହେରା, ଆଳଦା, ଖଇରା,ବାଲେଶ୍ଵର, ମୋ–୯୮୫୩୧୪୨୫୧୦


HTML tutorial

ବଣମଲ୍ଲୀର ମହକ ହେଉଛି ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର ଯାହା ସମଗ୍ର ବିଶ୍ଵର ଓଡିଆ ଲେଖକ ଓ ପାଠକ ମାନଙ୍କୁ ଏକ ଭର୍ଚୁଆଲ ସମ୍ପ୍ରଦାୟରେ ଏକତ୍ରିତ କରିଥାଏ ।

ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ