ପ୍ରଭୁ ଏକା ତୋ ସହାୟ
ଲେଖକ ପରିଚୟ
ବଣମଲ୍ଲୀର ମହକ ହେଉଛି ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର ଯାହା ସମଗ୍ର ବିଶ୍ଵର ଓଡିଆ ଲେଖକ ଓ ପାଠକ ମାନଙ୍କୁ ଏକ ଭର୍ଚୁଆଲ ସମ୍ପ୍ରଦାୟରେ ଏକତ୍ରିତ କରିଥାଏ ।
ପ୍ରଭୁ ଏକା ତୋ ସହାୟ
ଜୀବନ ପଥରେ ପାପର ଆଖିରେ
ଦିଶୁନାହିଁ ତୁମ କାୟା
ତୁମ ଅନୁଗ୍ରହ ମୂଲ୍ୟ କେ ବୁଝେନା
ଘେରି ଅଛି ମୋହମାୟା l
ସାଗର ବଦଳେ କ୍ଷଣେ ଅନୁକ୍ଷଣେ
ଦେଇ ଉତ୍ତାଳ ତରଙ୍ଗ
ସୁଖ ଦୁଃଖ ଲାଭ କ୍ଷତି ହିସାବରେ
ନର ବଦଳlଏ ରଙ୍ଗ l
ପ୍ରକୃତି ପୁରୁଷ ମିଳନର ବଳେ
ସୃଷ୍ଟି ନାଟକର ଖେଳ
ଅଧର୍ମ ବଢିଲେ ବିଷମତା ବଢେ
ଆସେ ବିନାଶର ବେଳ l
ସଂକଟର ଦିନ ହୋଇ ଉପଗତ
ଦେଉଛି ସତର୍କ ବାଣୀ
ନୂତନ ସୂର୍ଯ୍ୟଙ୍କ ଆବlହନୀ ମନ୍ତ୍ର
ଗାଅ ହେ ସାରା ଧରଣୀ l

ମନରେ ବିବେଚି ଦେଖ ଥରେ ତୁହି
କ୍ଷମି ତୋ’ ଅଯୋଗ୍ୟ ପଣ
ମୃତ୍ୟୁ ଛାୟା ଉପତ୍ୟକାରୁ ଉଦ୍ଧାର
କରିଛନ୍ତି ତୋ ଜୀବନ l
ବିବେକ ଗଞ୍ଜଣା ଦିଏ ଚେତାବନୀ
ତୁ’ ତାଙ୍କ ନେତ୍ର ପିତୁଳା
ଅତୁଲ୍ୟ ପ୍ରେମକୁ ଭୁଲି ଯାଇ ତାଙ୍କ
କିମ୍ପା କରୁ ଅବହେଳା l
ଅନ୍ତରୁ ଅନ୍ତର ହେଲେ ତୁ ତାଙ୍କର
ଉଛୁଳେ ଦୁଃଖ ନିର୍ଝର
ତୋର ମୁକ୍ତିପ୍ରାପ୍ତ ଜୀବନ ନିମନ୍ତେ
ସଦା ଚିନ୍ତିତ ଈଶ୍ୱର l
ଅନୁତାପ ହୃଦେ ମୁକୁଳା ଅନ୍ତରେ
ଲୁହ ନଇବେଦ ଦେଇ
କର କରୁଣା ନିବେଦନ ପ୍ରଭୁଙ୍କୁ
ଉଦ୍ଧାର କରିବେ ସେହି l
କଳଙ୍କର ସ୍ମୃତି ଛାୟାକୁ ଲିଭାଇ
କରିବେ ନୂତନ ସୃଷ୍ଟି
କହେ କୁମୁଦିନୀ ଆହେ ଦୟାମୟ
ରଖିଥାଅ ଦୟା ଦୃଷ୍ଟି l
,କୁମୁଦିନୀ ବେହେରା,ଶିକ୍ଷୟିତ୍ରୀ, ଅନୁଗୋଳ,ମୋ-୮୯୧୭୩୪୩୬୬୮
