ପଲ୍ଲୀରେ ସନ୍ଧ୍ୟା – ଗିରିଧାରୀ ଧଳ
ଲେଖକ ପରିଚୟ
ବଣମଲ୍ଲୀର ମହକ ହେଉଛି ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର ଯାହା ସମଗ୍ର ବିଶ୍ଵର ଓଡିଆ ଲେଖକ ଓ ପାଠକ ମାନଙ୍କୁ ଏକ ଭର୍ଚୁଆଲ ସମ୍ପ୍ରଦାୟରେ ଏକତ୍ରିତ କରିଥାଏ ।
ବିମଳ ଗଗନେ ତାରା,
ଶୋଭାବନ ସ୍ମିଗ୍ଧ ଲୋକାଳୟ ପୂର୍ଣ୍ଣ
ମହୋଲ୍ଲାସେ ହସେ ଧରା।
ତରଣୀ ଭାସଇ ଅବର୍ଣ୍ଣ ଗରଭେ
ନିଶାଥିନି ଆସେ ମାଡ଼ି,
ସାୟାନ୍ତନ ଦେଖି ବିହଙ୍ଗ ଆବେଶେ
ବିହାୟସେ ଆସେ ଉଡ଼ି।
ନାସି ରୁ ଫେରଇ ଗୋଧୂଳି ଉଡ଼ଇ
ସାନନ୍ଦ ସଡ଼କ ପରେ,
ନୀଳରଙ୍ଗ ଧୂତ ବଉଦ ଖେଳଇ
ଶଙ୍ଖ ତାନ ଘରେ ଘରେ।
ପୋତପାଳ ବାହେ ଗ୍ରାମ ଅଭିମୁଖେ
ଉତ୍ତରା ପବନ ଖାଇ,
ଶୀତଳ ମାରୁତ ବହେ ଘନ ଘନ
ମହକଇ ଜୁଇଯାଇ।
ନାନା ଦି ବିହଙ୍ଗ ସତ୍ୱର ବିହରି
ଝଙ୍କାଳିଆ ବର ଡ଼ାଳେ,
ଜନିତ ଶାବକ ସାନନ୍ଦ ରାବଇ
ଖେଳନ୍ତି ବର ଓହଳେ।
ପକ୍ଷୀ ଫେରେ ନିଡ଼ ଗୋରୁ ଫେରେ ଗୃହ
ସୂର୍ଯ୍ୟ ଫେରେ ଦିଗନ୍ତକୁ,
ସାତସୁରେ ବନ୍ଧା କୋକିଳ ସଙ୍ଗୀତେ
କଇଁ ଶୋଭା ସରୋବ କୁ।

Writer’s Details: ଗିରିଧାରୀ ଧଳ
ମତୋ, କରଣପୋଖରୀ, ଭଦ୍ରକ
Content Category:
Submission Date: Jun 15, 2019

