ଫେରିଆସ ମୌସୁମୀ – ପବିତ୍ର କୁମାର ନାୟକ

ଲେଖକ ପରିଚୟ

ସମ୍ପାଦକ - ବଣମଲ୍ଲୀର ମହକ | ବ୍ଲଗ | ସଦ୍ୟ ପୋଷ୍ଟ

ବଣମଲ୍ଲୀର ମହକ ହେଉଛି ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର ଯାହା ସମଗ୍ର ବିଶ୍ଵର ଓଡିଆ ଲେଖକ ଓ ପାଠକ ମାନଙ୍କୁ ଏକ ଭର୍ଚୁଆଲ ସମ୍ପ୍ରଦାୟରେ ଏକତ୍ରିତ କରିଥାଏ ।

        ମହୀରେ ପଡିଛି ହୁରି
ତମଚଲା ପଥ    କଲା କେ ଆକଟ
        ସଭିଏଁ ହୁଅନ୍ତି ଝୁରି…
       ଆକଳନ ହେଲା ଫିକା
କେତେ କେତେ ତଥ୍ୟ ହୋଇଲା ଅତୀତ
       ସବୁ ମିଛ ମରୀଚିକା…
        ଝାଉଁଳି ଯାଉଛି ଦେହ
ବଉଦ ବିମୁଖ     ମାଡୁନାହିଁ ପାଖ
      ବୈଶାଖୀ ଦେଇଛି କୋହ…
       ତତଲା ପଶ୍ଚିମା ବାଆ
 ଜାଳି ଦିଏ ପୁଣି   ସବୁଜ ବନାନୀ
       ଦୁଲୁକାଇ ଦିଏ  ହିଆ…
        ଅବୁଝା ମାନବ ଜାତି
ସ୍ୱାର୍ଥର ଅନଳେ   ଜଳେ ସବୁବେଳେ
       ଭାବିଲେ ଲାଗଇ ଭୀତି…
         ବିରସ ହୁଅନି ଆଉ
ମାନ ଛାଡି ଆସ    ମନ ମୋ ବିବଶ
          ତପନ ସାଧିଛି ଦାଉ…                     
          ନଇଁ ଗଲାଣି ଗୋ ମଥା
ସିଞ୍ଚି ଦିଅ ବାରି        ମନ ହୁଏ ଘାରି 
          ଦିଅ ନାହିଁ ଆଉ ବ୍ୟଥା…


HTML tutorial

ବଣମଲ୍ଲୀର ମହକ ହେଉଛି ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର ଯାହା ସମଗ୍ର ବିଶ୍ଵର ଓଡିଆ ଲେଖକ ଓ ପାଠକ ମାନଙ୍କୁ ଏକ ଭର୍ଚୁଆଲ ସମ୍ପ୍ରଦାୟରେ ଏକତ୍ରିତ କରିଥାଏ ।

ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ