ହେ ମଣିଷ – ନରେନ୍ଦ୍ର ପ୍ରସାଦ ବେହେରା

ଲେଖକ ପରିଚୟ

+ ଏହି ଲେଖକଙ୍କର ଅନ୍ୟ ଲେଖା ପଢିବାକୁ [ଏଠାରେ କ୍ଲିକ କରନ୍ତୁ]
ହେ ମଣିଷ !
ସତରେ ତୁମେ କେଡେ ମହାନ ।
ତୁମେ ଗଢୁଛ ଏ ସମାଜ
ସମସ୍ତଙ୍କୁ ଦେଉଛ ସୁଖ
କେତେବେଳେ କୃଷକ ତ
ପୁଣି କେତେବେଳେ ଶିଳ୍ପୀ
କୃଷକ ହୋଇ ମୁହଁରେ ଦିଅ ଦାନା
ତ ପୁଣି ଶିଳ୍ପୀ ହୋଇ ସଜାଇ ଦେଉଛ
ମାଟି,କାଠ ଓ ପଥରର ସୁନ୍ଦର ମଣିଷ
ହେ ମଣିଷ ସତରେ ତୁମେ କେଡେ ମହାନ।
ସାଜିଛ ମହାନ ଆଜି ତୁମେ
ରଙ୍ଗ ବେରଙ୍ଗର ମଣିଷ ତିଆରି
ରଙ୍ଗ ଦେଇ ଜୀବଦାନ ଦେଉଛ
ତୁମ ହାତ ଗଢା ମୂର୍ତ୍ତିର ମଣିଷ
ଦିଶେ ଅତି ସୁନ୍ଦର
ହଳ ଲଙ୍ଗଳେ ଯୋଗାଅ ଆହାର
ବିଶ୍ବକର୍ମା ହୋଇ କରୁଛ ଚିତ୍ର ବିଚିତ୍ର
ଆନନ୍ଦରେ ନାଚି ଯାଏ ଜଗତ
ହେ ମାନବ ସତରେ ତୁମେ କେଡେ ମହାନ।
ସତରେ କ’ଣ ତୁମେ ମାନବ ନା ମଣିଷ
ମାଟିରେ କରୁଛ କେତେ ଯେ ବିକାଶ
ତୁମେ ଏ ମାଟିର ମଣିଷ
ଅନ୍ଯାୟ ଅତ୍ଯାଚାରରେ ବୁଡିଛି ଏଦେଶ
ତୁମେ ଆଜି କର ତାର ବିନାଶ 
ଏ ଦୁନିଆରୁ  ପାପ ହେଉ ନାଶ
ହେ ମଣିଷ ,ସତରେ ତୁମେ  କ’ଣ   ମହାନ।
ନରେନ୍ଦ୍ର ପ୍ରସାଦ ବେହେରା
ଆଳଦା, ଖଇରା,ବାଲେଶ୍ବର, ମୋ-୯୮୫୩୧୪୨୫୧୦

Leave a Reply

Your email address will not be published. Required fields are marked *