ରଜ ମଉଜ – ସନ୍ତୋଷ ପଟ୍ଟନାୟକ

ଲେଖକ ପରିଚୟ

ସନ୍ତୋଷ ପଟ୍ଟନାୟକ
ତିରିଡା, ବେଗୁନିଆପଡା ବ୍ଲକ, ଗଞ୍ଜାମ | ସଦ୍ୟ ପୋଷ୍ଟ
ଆଷାଢେ ପହିଲି ଛୁଆଁ
  ଗରମକୁ ଦେଖି ଲାଗେ ଛାନିଆଁ
     ଲାଗେ ଛାନିଆଁ ଲୋ 
        କାମନାରେ ଜଳେ ହିଆ….
ପାଖେଇ ଆସିଲା ରଜ
  ଗାଆଁ ଝିଅ ସବୁ ହେଲେଣି ସଜ
    ହେଲେଣି ସଜ ଲୋ,,,
       ତିନିଦିନ  ହବ ମଉଜ…..
ରଜ ଦୋଳି ପୋଡ଼ ପିଠା
  ଗଛ ନାହିଁ ବୋଲି ମନଟା ଖଟା
     ମନଟା ଖଟା ଲୋ ,,,
       ଦୋଳିପାଇଁ  ପାର୍କ ଯିବା…..
ପୁରଦିଆ ମଣ୍ଡାପିଠା
  ଏଣ୍ଡୁରି ଆଡିଶା  ଲାଗୁଛି ଅଠା
       ଲାଗୁଛି ଅଠା ଲୋ,,,,
         ଅଡ଼ର୍ ଦେଏ ତୁ ମିଠା…..
ବିଦେଶରେ ବାପା ଭାଇ 
   ନୋଟ୍ ବନ୍ଦି ଠୁ କାମତ ନାହିଁ
      କାମ ତ ନାଇଁ ଲୋ,,,
         ପୋଷାକ କିଣିନି ‘ଜାଇ’…..
ବଣରେ ଫୁଟିଲା ମଲ୍ଲୀ
   ପଇସା ପାଇଁକି ଏଟିଏମ୍ ଗଲି
      ଏଟିଏମ୍ ଗଲି ଲୋ,,,,
          ଏକାଉଣ୍ଟ ପୁରା ଖାଲି….
ମତୁଆଲା ମନେ ମଉଜ
   ସପନ ହେଲାଣି  ସରମ-ଲାଜ 
      ସରମ-ଲାଜ ଲୋ,,,
         ଜିନ୍ସ ପିନ୍ଧିବ ଭାଉଜ…..
ଦିଶୁନି ବିଡିଆ ପାନ
   ତମ୍ବାଖୁ ,ମଦରେ ସଭିଙ୍କ ମନ
       ସଭିଙ୍କ ମନ ଲୋ 
         ଚାଲିଛି ନୂଆଁ ଫେଶନ….
ପ୍ରେମରେ ନାହିଁଟି ଜାତି
   ଘର ଭୂଆଷୁଣୀ କରେ ପିରତୀ
     କରେ ପିରତୀ ଲୋ,,,
        ଘରେ ଚାରିପୁଅ ,ପତି…..
ପାଦରେ ଅଳତା ନାଲି
   ସବୁ ପରମ୍ପରା ବଣର ମଲ୍ଲୀ
      ବଣର ମଲ୍ଲୀ ଲୋ 
        ସେଲ୍ଫିରେ ରଜ ପାଳିଲି….
                 ସନ୍ତୋଷ ପଟ୍ଟନାୟକ, ଗଞ୍ଜାମ

HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ