ମାଗୋ ଜନନୀ
ଲେଖକ ପରିଚୟ
ବଣମଲ୍ଲୀର ମହକ ହେଉଛି ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର ଯାହା ସମଗ୍ର ବିଶ୍ଵର ଓଡିଆ ଲେଖକ ଓ ପାଠକ ମାନଙ୍କୁ ଏକ ଭର୍ଚୁଆଲ ସମ୍ପ୍ରଦାୟରେ ଏକତ୍ରିତ କରିଥାଏ ।
ମାଗୋ ଜନନୀ
“””””””””””””””””””
ନବରାତ୍ରି ମାଗୋ ଚାଲିଛି ତୁମରି
ଧରା ଆସ ଅବତରି
ତୁମରି ଆଶୀଶେ ଏ ସାରା ସଂସାରେ
ସ୍ନେହ ପ୍ରେମ ଯାଉ ଭରି ll
ହିଂସା ଦ୍ଵେଷର ପ୍ରହେଳିକା ଯେତେ
ସବୁ ଧ୍ଵଂଶ ହୋଇ ଯାଉ
ଅକ୍ଷୟ ହେଉ ପୂର୍ଣ୍ୟ ଜଗତେ
ତୁମ ନାମ ରହି ଥାଉ ll
କରୁଣା ମୟୀ ମା ଦୁଷ୍ଟ ବିନାଶିନୀ
ମହିଷା ମର୍ଦ୍ଦିନୀ ତୁହି
ଚଣ୍ଡ ମୁଣ୍ଡ ନାଶିନୀ ପତିତପାଵିନି
ଅମୃତର ସୁଧା ତୁହି ll
ସାହସ ଶକ୍ତି ମନେ ଭରି ଦିଅ
ବିଶ୍ୱାସର ଅଟାଳିକା
ମର୍ତ୍ତ୍ୟ ହୋଇଯାଉ ବୈକୁଣ୍ଠ ସମାନ
ନ ରହୁ ଘୃଣା କଳିକା ll
ତୁମ ଆଗ ମନେ ଏ ଧରା ହସୁଛି
ତୁମରି ପରଶ ପାଇ
ମାଗୋ ଜନନୀ ଆରତ ନାଶିନୀ
ଶାନ୍ତି ପ୍ରଦାୟୀନି ତୁହି ll
ସମସ୍ତେ ରୁହନ୍ତୁ ସୁଖ ଶାନ୍ତିରେ
ସତ୍ୟକୁ ପାଥେୟ କରି
ଅସୁରିୟ ଶକ୍ତି ଦୂର ହୋଇଯାଉ
ତୁମ ନାମ ଜପ କରି ll
ପାର୍ବଣର ଏହି ଶୁଭ ଲଗନରେ
ଏତିକି ସୁଦୟା କର
ଜଗତରୁ ମିଥ୍ୟା ଘୃଣା ଦୂର ହେଉ
ଏତିକି ମିନତୀ ମୋର ll
::::::::::0000::::::
ବାସନ୍ତୀ ଜେନା
ଗାନ୍ଧିନଗର
ନବରଙ୍ଗପୁର
————

