ଆସ ମୌସୁମୀ – ମିଶ୍ର ହୃଷିକେଶ

ଲେଖକ ପରିଚୟ

+ ଏହି ଲେଖକଙ୍କର ଅନ୍ୟ ଲେଖା ପଢିବାକୁ [ଏଠାରେ କ୍ଲିକ କରନ୍ତୁ]

ହେ ଗଜଗାମିନୀ ଆଗୋ ମଉସୁମୀ

କାହିଁ ଯେ ନ ଆସ ଧାଇଁ,
ପ୍ରଚଣ୍ଡ ରୌଦ୍ର ର ଉତାପରେ ପରା
ଧରା ଏବେ ଧଇଁସଇଁ।

ଚାତକ ପକ୍ଷୀ ଟା ବିକଳରେ କାନ୍ଦେ
ନ ସହି ହୁଏ ତା ଦୁଃଖ,
କେଉଁ ପ୍ରତିଶୋଧ ନେଉଛଗୋ ତୁମେ
ହଜିଲାଣି ସବୁ ସୁଖ।

ବାର୍ଦ୍ଧକ୍ୟ ସତେକି ହୋଇଲା ପ୍ରବେଶ
ପ୍ରକୃତି ଜୀବନେ ଆଜି,
ତୁମ ବିନା ଏଠି ସବୁଜିମା ଭରା
ସୌନ୍ଦର୍ଯ୍ୟ ଯାଇଛି ହଜି।

ଶୁଭୁନାହିଁ କାହିଁ ଘଡଘଡି ଶବ୍ଦ
ଚପଳା ନାହିଁ ଗଗନେ,
କଳା ବଉଦ ର ଚିହ୍ନ ବର୍ଣ୍ଣ ନାହିଁ
ପିକ କାନ୍ଦୁଅଛି ବନେ।

ଝସ ହାରିଲେଣି ଦୁର୍ଲଭ ଜୀବନ,
ମରୁଡି ଆସୁଛି ମାଡି,
ତୁମ ବିନା ଦେଖ ଆଗୋ ମଉସୁମୀ
ଶୁଭଇ ବିକଳ ରଡି।

ଚାଲି ଆସ ତୁମେ ଚଂଚଳା କୁ ଘେନି
ପ୍ରକୃତି ଉଠିବ ହସି,
ନାଚି ଗାଈ ସର୍ବେ ଉଲ୍ଲସିତ ମନେ
ବରିବେ ତୁମକୁ ଆସି।

Writer’s Details: ମିଶ୍ର ହୃଷିକେଶ
ଖଲ୍ଲିକୋଟ, ଗଞ୍ଜାମ, 9556756756
Content Category:
Submission Date: Jun 08, 2019

Leave a Reply

Your email address will not be published. Required fields are marked *