ରୂପବତୀ ପ୍ରିୟା – ସୁନୀଲ କୁମାର ବେହେରା
ଲେଖକ ପରିଚୟ
ବଣମଲ୍ଲୀର ମହକ ହେଉଛି ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର ଯାହା ସମଗ୍ର ବିଶ୍ଵର ଓଡିଆ ଲେଖକ ଓ ପାଠକ ମାନଙ୍କୁ ଏକ ଭର୍ଚୁଆଲ ସମ୍ପ୍ରଦାୟରେ ଏକତ୍ରିତ କରିଥାଏ ।
ରଖିଲି ଆଖି ଯୋଖି ସଖୀ ରୂପସଙ୍ଗକୁ….
କେହି ବା ନୋହିବେ ସମ ତୋର ରୂପକୁ,
ରଖିଲି ଆଖି ଯୋଖି ସଖୀ ରୂପସଙ୍ଗକୁ…..।
କେହି ବା ନୋହିବେ ସମ ତୋର ରୂପକୁ,
ରଖିଲି ଆଖି ଯୋଖି ସଖୀ ରୂପସଙ୍ଗକୁ…..।
ଚାଲି ଆସିବା ଠାଣି
ସିଂହ ବନେ ଭ୍ରମଣୀ
ଗଳେ ଲୋମକୁ ସାଜି ସାଧୁଭାବକୁ….
ରଖିଲି ଆଖି ଯୋଖି ସଖୀ ରୂପସଙ୍ଗକୁ।।
ଦିଜରାଜ ଆତଙ୍କେ
ଶଶା ଗହ୍ୱର ଅଙ୍କେ
ସମାନେ ନୋହିବାରୁ ତୋର ମୁଖକୁ….
ରଖିଲି ଆଖି ଯୋଖି ସଖୀ ରୂପସଙ୍ଗକୁ।।
ଦେଖି ତୋ ଚଲାପାଦକୁ
ହୃଦୟେ ବହି କ୍ଷେଦକୁ
ରାଜହଂସ ପଳାଇଲା ସରୋବରକୁ…
ରଖିଲି ଆଖି ଯୋଖି ସଖୀ ରୂପସଙ୍ଗକୁ।।।
ଦେଖି ତୋ ଚନ୍ଦ୍ରମୁଖକୁ
ବଉଦ କହେ ମେଘକୁ
ପବନ ବି ଲୁଚିଯାଏ ପରବତକୁ…
ରଖିଲି ଆଖି ଯୋଖି ସଖୀ ରୂପସଙ୍ଗକୁ।।।।
