ନାରୀ ଓ ନୀର – ସ୍ନିଗ୍ଧା ନାୟକ

ଲେଖକ ପରିଚୟ

ସମ୍ପାଦକ - ବଣମଲ୍ଲୀର ମହକ | ବ୍ଲଗ | ସଦ୍ୟ ପୋଷ୍ଟ

ବଣମଲ୍ଲୀର ମହକ ହେଉଛି ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର ଯାହା ସମଗ୍ର ବିଶ୍ଵର ଓଡିଆ ଲେଖକ ଓ ପାଠକ ମାନଙ୍କୁ ଏକ ଭର୍ଚୁଆଲ ସମ୍ପ୍ରଦାୟରେ ଏକତ୍ରିତ କରିଥାଏ ।

ମୁଁ ରୂପେଶୀ… ମୁଁ ଉର୍ବଶୀ

ବହୁରୂପୀ ସୁମୁଖୀ ସୁକେଶୀ……।।

ମୁଁ ଅସରନ୍ତି ଧାରା ଶ୍ରାବଣ
ମୁଁ ହିଁ ଜୀବନ ମୁଁ ହିଁ ମରଣ
ମୁଁ ସାଗର …..ମୁଁ ବେଳା
ମୁଁ ତୁମ ସ୍ମୃତି ର ଶାମୁକା
ମୁଁ ତୁମ ଜୀବନ ନାୟୀକା………।।

ପୁରୁଷ ର ପୌରୁଷ ମୁଁ
ମୁଁ ଜୀବନ ର ଏନ୍ତୁଡ଼ିଶାଳ
ମୁଁ ସଞ୍ଜ ……ମୁଁ ସକାଳ
ମୁଁ ଦାରିଦ୍ର୍ୟ…ମୁଁ ଐଶ୍ଵର୍ୟ
ମୁଁ ତୁମ ଜୀବନ ର ଅଭିନୟ
ମୁଁ ତୁମ ର ଶେଷ ପରିଚୟ………..।।

ହେ ନାରୀ…….
ତୁମେ କି ଏକ ଦିଗହରା ନୀର
ସାଗର ର ସାନିଧ୍ୟ ଆଶାରେ
ଅବିରଳ ଯାଉଛ ଗୋ ବହି
ନାରୀ ଅବା କି ତୁମେ ନୀର
ମିଶି ଯିବା ପାଇଁ କି ଆତୁର………….।।

କ୍ଷୀର, ନୀର,ମଦିରା ସାଥିରେ
ମିଶି ହଜି ଖୋଜୁଛ ନିଜକୁ
ସେ ଅଶାନ୍ତ ସାଗର ବୁକୁରେ……..
ହେ ମୋର ରୂପେଶୀ ନାୟିକା
ତୁମେ ହିଁ ଲକ୍ଷ୍ମୀ ତୁମେ ହିଁ ସାରଦା
ତୁମେ ହିଁ ନାଵ ତୁମେ ହିଁ ନାବିକା
ନା ତୁମେ ବାଲିଘର ନା ତୁମେ ମରୀଚିକା
ଖୋଜି ବୁଲ କାହା ପରିଚୟ
ସବୁ ତ ତୁମେ ସବୁ ତ ତୁମର………।।

ତୁମେ ନାରୀ….ତୁମେ ନୀର
ଖୋଜିବୁଲ କି ପାଇଁ ହୋଇ ଦିଗହରା
ତୁମେ ବଂଶୀ….ତୁମେ ସାତସୁର
ହେ ରୂପେଶୀ, ଉର୍ବଶୀ…ହେ ରାଧା
ତୁମେ ଛାନ୍ଦ… ତୁମେ କବିତା
ତୁମେ ନୁହଁ ଏକ ଛଳନା
ତୁମେ ଯେ ସ୍ରଷ୍ଟା ର କଳନା
ତୁମେ ତ ସୃଷ୍ଟି ର ଏକ ମଧୁର ମୂର୍ଚ୍ଛନା
ତୁମେ ହିଁ ତ ଜୀବନ
ତୁମେ ହିଁ ତ ମରଣ
ବୁଝେ ମୁ ତୁମ ଅଭିନୟ
ଲୋଡ଼ା ନାହିଁ ଗୋ ତୁମ ପରିଚୟ………..।।

Writer’s Details: ସ୍ନିଗ୍ଧା ନାୟକ, ତଳବନ୍ଦୀ, କୋଟା, ରାଜସ୍ଥାନ
Content Category: କବିତା
Submission Date: Jun 11, 2019


HTML tutorial

ବଣମଲ୍ଲୀର ମହକ ହେଉଛି ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର ଯାହା ସମଗ୍ର ବିଶ୍ଵର ଓଡିଆ ଲେଖକ ଓ ପାଠକ ମାନଙ୍କୁ ଏକ ଭର୍ଚୁଆଲ ସମ୍ପ୍ରଦାୟରେ ଏକତ୍ରିତ କରିଥାଏ ।

ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ