ଦୁଇଟି ଘଟଣା

ଲେଖକ ପରିଚୟ

Blog | + ଏହି ଲେଖକଙ୍କର ଅନ୍ୟ ଲେଖା ପଢିବାକୁ [ଏଠାରେ କ୍ଲିକ କରନ୍ତୁ]

ଆସ କିଛି ଜାଣିବା…….୧୭୭

ଯେଉଁ ଦୁଇଟି ଘଟଣା ବିଷୟରେ ଜାଣିବାକୁ ଯାଉଛନ୍ତି ଆସନ୍ତୁ ଜାଣିବା ସେ ଦୁଇଟି ଘଟଣା କ’ଣ କ’ଣ ।

ପ୍ରଖ୍ୟାତ ଆମେରିକୀୟ ଲେଖକ ମାର୍କ ଟ୍ବେନ୍ ଗୋଟିଏ ସହରକୁ ଭାଷଣ ଦେବାକୁ ଯାଇଥିଲେ । ଭାଷଣ ଦେବାକୁ ଆହୁରି ଅଧଘଣ୍ଟାଏ ବାକି ଥିବାରୁ ମାର୍କ ଟ୍ବେନ୍ ବଢି ଯାଇଥିବା ଦାଢି କାଟିବା ଲାଗି ଗୋଟିଏ ସେଲୁନକୁ ଗଲେ । ସେ ଦେଖିଲେ ବାରିକଟି ସେଲୁନ୍ ବନ୍ଦ କରିବାକୁ ତରବର । ମାର୍କ ଟ୍ବେନଙ୍କୁ ଦେଖି ସେ କହିଲା -କାଲି ଆସିବ, ଆଜି ସମୟ ନାହିଁ । କାରଣ ମାର୍କ ଟ୍ବେନ୍ ଆମ ସହରକୁ ଭାଷଣ ଦେବାକୁ ଆସିଛନ୍ତି । ଆଗରୁ ନ ଗଲେ ହଲ୍ ବାହାରେ ଛିଡ଼ା ହେବାକୁ ପଡିବ । ଏହା ଶୁଣି ମାର୍କ ଟ୍ବେନ୍ କହିଲେ-ଆରେ ବାବୁ ମାର୍କ ଟ୍ବେନ୍ ସେ ଜାଗାରେ ପହଞ୍ଚିଲେ ସିନା ଭାଷଣ ଦେବେ ? ମୁଁ ନ ଗଲା ପର୍ଯ୍ୟନ୍ତ ସେ ସେଠି ପହଞ୍ଚି ପାରିବେ ନାହିଁ ! ଏତିକି କଥାରେ ଉତ୍କ୍ଷିପ୍ତ ବାରିକ ତାଙ୍କ କଲର ଧରି କହିଲା-ଖବରଦାର ସେମିତି କହିବ ନାହିଁ । ମାର୍କ ଟ୍ବେନ୍ ଅବଶ୍ୟ ପହଞ୍ଚିବେ ଓ ଭାଷଣ ଦେବେ !
ଚର୍ଚ୍ଚିଲକୁ ନେଇ ଘଟିଥିବା ଏକ ସମତୁଲ ଘଟଣାରେ କିନ୍ତୁ ଗୋଟିଏ ମୋଡ ଅଛି । ଥରେ ଚର୍ଚ୍ଚିଲ ରେଡିଓରେ ଏକ ଅଭିଭାଷଣ ଦେବା ଲାଗି ଗୋଟିଏ ସହରକୁ ଯାଇ ରେଳରୁ ଓହ୍ଲାଇ ଯେତେବେଳେ ଟ୍ଯାକ୍ସି ଧରିବାକୁ ବାହାରିଲେ ଟ୍ଯାକ୍ସି ଚାଳକ କହିଲେ- କ୍ଷମା କରନ୍ତୁ ମୁଁ ଘରକୁ ଯାଉଛି । କାରଣ ମୋର ପ୍ରିୟତମ ନେତା ଚର୍ଚ୍ଚିଲ ରେଡ଼ିଓରେ କହିବାର ଅଛି,ଯାହାକୁ ମୁଁ ଶୁଣିବି ।
ମାମୁଲି ଟ୍ଯାକ୍ସି ଡ୍ରାଇଭରଙ୍କ ଏଭଳି ଭଲ ପାଇବାରେ ଗଦଗଦ ହୋଇ ଚର୍ଚ୍ଚିଲ ପୁରସ୍କାର ସ୍ଵରୂପ ତାଙ୍କ ହାତକୁ କୋଡିଏ ପାଉଣ୍ଡ ନୋଟ୍ ବଢାଇ ଦିଅନ୍ତେ , ଟ୍ଯାକ୍ସି ଚାଳକ ତାକୁ ପକେଟସ୍ଥ କରି କହିଲେ-ମାଲିକ, ଆସନ୍ତୁ । ଗାଡିରେ ବସନ୍ତୁ । କହନ୍ତୁ କେଉଁଠାକୁ ଯିବେ ? ଚର୍ଚ୍ଚିଲ ଯାଉ ଚୁଲିକୁ ।

ସଂଗ୍ରହକାରୀ–ନରେନ୍ଦ୍ର ପ୍ରସାଦ ବେହେରା, ଆଳଦା, ଖଇରା,ବାଲେଶ୍ଵର, ମୋ-୯୮୫୩୧୪୨୫୧୦

Leave a Reply

Your email address will not be published. Required fields are marked *