ଗଢିଲା ବାଲା – ଜ୍ୟୋତିରଞ୍ଜନ ବାରିକ

ଲେଖକ ପରିଚୟ

ସମ୍ପାଦକ - ବଣମଲ୍ଲୀର ମହକ | ବ୍ଲଗ | ସଦ୍ୟ ପୋଷ୍ଟ

ବଣମଲ୍ଲୀର ମହକ ହେଉଛି ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର ଯାହା ସମଗ୍ର ବିଶ୍ଵର ଓଡିଆ ଲେଖକ ଓ ପାଠକ ମାନଙ୍କୁ ଏକ ଭର୍ଚୁଆଲ ସମ୍ପ୍ରଦାୟରେ ଏକତ୍ରିତ କରିଥାଏ ।

ଗଢିଲା ଵାଲା ତ ମଣିଷକୁ ଗଢି

ଛାତି ତଳେ ଗୋଟେ ଥୋଇଲା ମନ
ସେ କି ଜାଣିଥିଲା ମନ ହଜିଗଲେ
କାନ୍ଦି କାନ୍ଦି କଟେ ନିଇତି ଦିନ ,

କହିହୁଏ ନାହିଁ ସହି ହୁଏ ନାହିଁ
ଲୋଡ଼ା ପଡେ ଖାଲି ଅନ୍ଧାର ମାତ୍ର
ଆପଣାର ଲୋକେ ପର ହେଇଯାନ୍ତି
ଶୂନ୍ୟତା ହୁଅଇ ପ୍ରକୃତ ମିତ୍ର ,,

ନିରବି ଯାଏ ସେ କୋମଳ ଓଠଟା
ବଧିର ହୁଅଇ ଦୁଇଟି କାନ
ଲୁହ ସବୁ ଆପେ ଲହୁ ପାଲଟନ୍ତି
ବାଟ ଭୁଲିଯାଇ ହଜିଲେ ମନ ,,

ହୃଦୟ ବିଚରା ଝୁରି ଝୁରି ମରେ
ଚେଇଁକି ବି ଆଖି ଦେଖେ ସପନ
ଭୋକ ଶୋଷ ସବୁ ଆପେ ମରିଯାନ୍ତି
ବିନା ଦୋସେ ଚାଲି ଯାଏ ଜୀବନ ,,

ଜଣାପଡେ ନାହିଁ ସକାଳ କି ସଞ୍ଜ
ଜଣା ପଡେ ନାହିଁ ଖରା କି ଛାଇ
ଜଣାପଡେ ଖାଲି ଅନ୍ଧାର ରାତିଟା
ମନଭରି କରି କାନ୍ଦିବା ପାଇଁ ,,

Writer’s Details: ଜ୍ୟୋତିରଞ୍ଜନ ବାରିକ
ଗ୍ରାମ – ଚଢ଼େଇଗାଁ, ପୋଷ୍ଟ – ତମ୍ପାଳୋ, ଥାନା – ନିମାପଡା , ଜିଲ୍ଲା- ପୁରୀ
Content Category:
Submission Date: Jun 07, 2019


HTML tutorial

ବଣମଲ୍ଲୀର ମହକ ହେଉଛି ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର ଯାହା ସମଗ୍ର ବିଶ୍ଵର ଓଡିଆ ଲେଖକ ଓ ପାଠକ ମାନଙ୍କୁ ଏକ ଭର୍ଚୁଆଲ ସମ୍ପ୍ରଦାୟରେ ଏକତ୍ରିତ କରିଥାଏ ।

ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ