ମୋର ପରିବର୍ତ୍ତନ ହୋଇଛି

ଲେଖକ ପରିଚୟ

Blog | + ଏହି ଲେଖକଙ୍କର ଅନ୍ୟ ଲେଖା ପଢିବାକୁ [ଏଠାରେ କ୍ଲିକ କରନ୍ତୁ]

ମୋର ପରିବର୍ତ୍ତନ ହୋଇଛି

ପରିବର୍ତ୍ତନ ନୂଆ ଜନ୍ମ ପରେ ଜାଣିଛି
ହେଲେ ଏ ଜନ୍ମେ ମୋ ପରିବର୍ତ୍ତନ ହୋଇଛି
ମୋତେ ଭାରି ଆନନ୍ଦ ଲାଗୁଛି… I

ଆଗେ ବାହାରେ ବୁଲୁଥିଲି ନ ମାନି କିଛି
ଶାନ୍ତ ସୁଧାର ହୋଇ ମୁଁ ଏବେ ଘରେ ରହୁଛି
ମୋର ପରିବର୍ତ୍ତନ ହୋଇଛି…l

ଆଗେ ଆମିଷ ବିହୁନେ ଖାଦ୍ୟ ନ ରୁଚେ କିଛି
ଏବେ ଆମିଷ ଦେଖିଲେ ମୋତେ ଘୃଣା ଲାଗୁଛି
ମୋର ପରିବର୍ତ୍ତନ ହୋଇଛି…. I

ମଦ ପିଇ ମୁଁ ଭାଟିରେ କେତେ ମାତାଲ ହୋଇଛି
ଏବେ ଗାଁ ରେ ଭଦ୍ର ଲୋକ ପଦବୀ ପାଇଛି
ମୋର ପରିବର୍ତ୍ତନ ହୋଇଛି… I

ସିନେମା ପାର୍କ ହୋଟେଲ ଯାଇ ଟଙ୍କା ଉଡେଇଛି
ଆଜି ସେ ସବୁ ଦୁରେଇ ଦେଇ ଶାନ୍ତିରେ ରହୁଛି
ମୋର ପରିବର୍ତ୍ତନ ହୋଇଛି…. I

ପାନ, ଗୁଡ଼ାଖୁ, ସଫଲ ଖାଇ ରୋଗ ମୁଁ କିଣିଛି
ଏବେ ଏ ସବୁ ନ ଖାଇ ସ୍ୱାସ୍ଥ୍ୟ ସୁସ୍ଥ ରେ ଅଛି l
ମୋର ପରିବର୍ତ୍ତନ ହୋଇଛି….l

ପିତାମାତା, ପରିବାର ଅବହେଳା କରିଛି
ଏବେ ଏକାଠି ସଭିଙ୍କ ସାଥେ ଖୁସିରେ କାଟୁଛି
ମୋର ପରିବର୍ତ୍ତନ ହୋଇଛି. I

ବିଦେଶୀ ଖାଦ୍ୟ ପଛରେ ପଡି ସବୁ ହରାଇଛି
ଏବେ ସ୍ଵଦେଶୀ ଖାଦ୍ୟର ସ୍ଵାଦ ପାଇ ମୁଁ ପାରୁଛି
ମୋର ପରିବର୍ତ୍ତନ ହୋଇଛି…. I

ଆଗେ ସହରୀ ପାଣି ପବନେ ଘlଣ୍ଟି ମୁଁ ହୋଇଛି
ଏବେ ଗାଁର ପରିବେଶରେ ସରଗ ଦେଖୁଛି l
ମୋର ପରିବର୍ତ୍ତନ ହୋଇଛି..l

ଥଣ୍ଡା, ମିରିଣ୍ଡା, କୋକାକୋଲା କେତେ ମୁଁ ପିଇଛି
ଦହି ସରବତ ସବୁଠୁ ଭଲ ଆଜି ମୁଁ ଜାଣୁଛି
ମୋର ପରିବର୍ତ୍ତନ ହୋଇଛି.. I

ଇଡଲି ଦୋଷା ଖାଇ ଖାଇ ମୁଁ ଗ୍ୟାସ୍ଟିକ୍ କିଣିଛି
ଏବେ ବାଡିର ଶାଗ ପଖାଳ ମୋ କଷ୍ଟ ହରୁଛି
ମୋର ପରିବର୍ତ୍ତନ ହୋଇଛି… I

ଯାନବାହାନ, କଳକାରଖାନା ଧୂଆଁ ମୁଁ ପିଇଛି
ଘରେ ରହି ମୁଁ ଶାନ୍ତିରେ ଟିକେ ନିଃଶ୍ୱାସ ମାରୁଛି
ମୋର ପରିବର୍ତ୍ତନ ହୋଇଛି.. l

ଆଗେ ମୁଁ ଗାଡି ମଟର ଚଢି ଦୁନିଆଁ ବୁଲିଛି
ଏବେ ପାଦରେ ଚାଲିବା ମୋର ଅଭ୍ୟାସ ହୋଇଛି
ମୋର ପରିବର୍ତ୍ତନ ହୋଇଛି…l

ବିଦେଶୀ ମଦ ଛାଡି ମୁଁ ଏବେ ପଇଡ ପିଉଛି
ନଭେଲ ଛାଡି ଧରମ ଶାସ୍ତ୍ର ନିତି ମୁଁ ପଢୁଛି
ମୋର ପରିବର୍ତ୍ତନ ହୋଇଛି… I

ରୁମ୍ ସ୍ପ୍ରେ, ବଡି ସ୍ପ୍ରେ ଛାଡି ମୁଁ ଦେଇଛି
ଝୁଣା, ଧୂପ ଦୀପରେ ମୋର ଅଗଣା ବlସୁଛି
ମୋର ପରିବର୍ତ୍ତନ ହୋଇଛି… l

ଘରେ ବାହାରେ ତାଗିଦ୍ ଶୁଣି ଦିନ ମୋ ଯାଇଛି
ବାପା ମାଆଙ୍କ ସ୍ନେହ ଆଦର କେତେ ମୁଁ ପାଉଛି
ମୋର ପରିବର୍ତ୍ତନ ହୋଇଛି… I

ଆଗେ ପ୍ରାର୍ଥନା ପାଇଁ ସମୟ ପାଏନା କିଛି
ଏବେ ପ୍ରଭୁଙ୍କ ସାଥିରେ ବସି ଆଳାପ କରୁଛି
ମୋର ପରିବର୍ତ୍ତନ ହୋଇଛି…l

ଭୁଲ କାମ କରନା କରନl କାନେ ମୋ ଶୁଭୁଛି
କରୋନା ଭାଇ ଯାଅ ଦୂରେଇ ନେହୁରା ହେଉଛି
ମୋର ପରିବର୍ତ୍ତନ ହୋଇଛି.. I

ଆଖି ଆଗରେ ଯାହା ଦେଖିଲି ଲେଖି ଦେଉଅଛି
କୁମୁଦିନୀ ମୁଁ ଦୋଷ ନ ଧର କ୍ଷମl ମାଗୁଅଛି
ମୋର ପରିବର୍ତ୍ତନ ହୋଇଛି….l

କୁମୁଦିନୀ ବେହେରା,ଶିକ୍ଷୟିତ୍ରୀ, ଅନୁଗୋଳ,ମୋ-୮୯୧୭୩୪୩୬୬୮

Leave a Reply

Your email address will not be published. Required fields are marked *