ଓଡିଶା

ଲେଖକ ପରିଚୟ

ବାସନ୍ତୀଲତା ଜେନା
ଗାନ୍ଧୀନଗର, ନବରଙ୍ଗପୁର | ସଦ୍ୟ ପୋଷ୍ଟ

ଅନ୍ୟ ଲେଖାଗୁଡ଼ିକ ପଢନ୍ତୁ

ଉତ୍କୃଷ୍ଟ କଳାର ଦେଶ ମୋ ଓଡିଶା
ଉତ୍କଳ ଅନ୍ୟ ତା ନାମ
ଶିଳ୍ପ କଳା ଆଉ ବାଣିଜ୍ୟ କ୍ଷେତ୍ରରେ
ରହିଛି ତାର ସୁନାମ l 1l
ବାରବାଟି ଦୁର୍ଗ କେତେ ନଦନଦୀ
ଓଡ଼ିଶାରେ ବିରାଜିତ
ନୀଳା ଚଳ ଧାମ ଶ୍ରୀକ୍ଷେତ୍ର ମହିମା
ପତିତପାବନ ନେତ l 2l
ଚିଲିକାର ହ୍ରଦ ଜଳ ପ୍ରପାତ ଯେ
କୁଳୁ ତାନ ଝରଣାର
ମନ୍ଦିର ମାଳିନୀ ମୋ ରାଜ୍ୟ ଓଡିଶା
ଶୋଭା ଅଟେ ଗନ୍ତାଘର l 3l
କୋଣାର୍କ ମନ୍ଦିର ସୂର୍ଯ୍ୟଙ୍କ ନିବାସ
ସପ୍ତ ଐଶ୍ୱର୍ଯ୍ୟର ସ୍ଥାନ
ପୃଥିବୀ ପ୍ରସିଦ୍ଧ ରଥଯାତ୍ରା ହୁଏ
ଜଗନ୍ନାଥ କର ଧ୍ୟl ନ l 4l
ଓଡ଼ିଆ ଭାଷାକୁ ଉନ୍ନତ କରିଲେ
ଶାସ୍ତ୍ରୀୟ ମାନ୍ୟତା ଦେଇ
ମଧୁବାବୁ ସଙ୍ଗେ ଫକିର ମୋହନ
ହୋଇଲେତ କାଳଜୟୀ l 5l
ପଶୁ ପକ୍ଷୀ ଙ୍କର ସୁରକ୍ଷା ପାଇଁ କି
ଅଭୟା ରଣ୍ୟ ହୋଇଛି
ଗୁପ୍ତେଶ୍ୱର ଆଉ ଆଖଣ୍ଡଳମଣି
ଓଡିଶା ପ୍ରଦେଶେ ଅଛି l 6l
=*=*=*=*=*=
ବାସନ୍ତୀ ଲତା ଜେନା, ଗାନ୍ଧିନଗର,
ନବରଙ୍ଗପୁର, ମୋ :8658655979


HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ