ଘର – ସନ୍ତୋଷ ପଟ୍ଟନାୟକ
ଲେଖକ ପରିଚୟ

ସନ୍ତୋଷ ପଟ୍ଟନାୟକ
ବିଶ୍ୱାସ ଭରଷା ସେନେହ ଆଦର
ଝରେ ଯହିଁ ନିରନ୍ତର
ପରସ୍ପର ସାଥେ ସମ୍ପର୍କ ନିବିଡ
ଅନାବିଳ ପ୍ରେମ ଡୋର….
ସଂସ୍କୃତି ସଂସ୍କାର ଶିକ୍ଷା ମିଳେ ଯହିଁ
ତାକୁହିଁ କହିବା ଘର
ମରତ ଭୂଇଁରେ ବୈକୁଣ୍ଠ ସଦୃଶ୍ୟ
ପିତାମାତା ଦେବ ତାର….
ସଂସ୍କୃତି ବିହୀନ ଶିକ୍ଷାକୁ ଆଦରି
ଉଜୁଡା ଆଜି ସେ ଘର
ଅର୍ଥ ଅହମିକା ସାଉଁଟନ୍ତି ସର୍ବେ
ବିଶ୍ୱାସଟା ସାତପର….
ବୁଦ୍ଧିଜୀବି ଗଣ ବୁଦ୍ଧିକି ଖଟାଅ
ଶିକ୍ଷାରେ ଆଣ ସଂସ୍କାର
ସଂସ୍କୃତି ଆଦରି ଆଗାମୀ ପିଢୀଙ୍କ
ଘର ହେଉ ସ୍ବର୍ଗପୁର…..
<<<<>>>>
✒ସନ୍ତୋଷ ପଟ୍ଟନାୟକ ,ବେଗୁନିଆପଡା ବ୍ଳକ୍ ,ତିରିଡା / ଗଞ୍ଜାମ ।
