ଗଛ ଆମର ମିତ – ଶିବ ପ୍ରସାଦ ସାହୁ
ଲେଖକ ପରିଚୟ
ବଣମଲ୍ଲୀର ମହକ ହେଉଛି ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର ଯାହା ସମଗ୍ର ବିଶ୍ଵର ଓଡିଆ ଲେଖକ ଓ ପାଠକ ମାନଙ୍କୁ ଏକ ଭର୍ଚୁଆଲ ସମ୍ପ୍ରଦାୟରେ ଏକତ୍ରିତ କରିଥାଏ ।
ଗଛ ଆମର ମିତରେ ଭାଇ
ଗଛ ଆମର ମିତ
ଜୀବନ ଯାକ କରୁଛି ସେହି
ସାରା ଜଗତ ହିତ ।।
ଚେର ତାହାର ଦୃଢ ଭାବରେ
ମାଟିକୁ ଥାଏ ଧରି
କାଣ୍ଡ ମଧ୍ୟରେ ଲବଣ,ଜଳ
ପତ୍ରକୁ କରେ ପାରି ।।
ସବୁ ଗଛର ପତ୍ରଟି ପରା
ଅଟେ ରୋଷେଇ ଘର
ଜୀବଜଗତ ତିଷ୍ଠି ରହିଛି
ଖାଇ ତା ଫଳ ମୂଳ ।।
କେଡ଼େ ସୁନ୍ଦର ଫୁଲ ତାହାର
ବାସ ବିତରି ଦିଏ
ପରଜାପତି ସେଥିରେ ଉଡ଼ି
ମହୁ ଯେ ଶୋଷି ନିଏ ।।
ଗଛ ଦେଉଛି ଜାଳିବା ପାଇଁ
କେତେ ଜାଳେଣି କାଠ
କାଠରୁ ପୁଣି ତିଆରି ହୁଏ
ମେଜ ଚଉକି ଖଟ ।।
ଟାଣ ଖରାରେ ଶାନ୍ତି ତ ଦିଏ
ଗଛ ତଳର ଛାଇ
ସେହି ଛାଇରେ ଖୁସି ହୁଅଇ
ବସି ବାଟୋଇ ଭାଇ ।।
ଅଙ୍ଗାରକାମ୍ଳ ବିଷକୁ ନେଇ
ଦିଏ ସେ ଅମ୍ଳଜାନ
ଅମ୍ଳଜାନ ଯେ ଅମୃତ ତୁଲ୍ୟ
ରଖିଛି ଆମ ପ୍ରାଣ ।।
ଗଛଟି ପରା ଏ ପ୍ରକୃତିର
ଶୀତଳ ହେବା ଯନ୍ତ୍ର
ସବୁରି କାନେ ଫୁଙ୍କିବା ଆମେ
ବୃକ୍ଷରୋପଣ ମନ୍ତ୍ର ।।
ଶିବ ପ୍ରସାଦ ସାହୁ
ଗୋପିନାଥପୁର ସାହି, ଚାନ୍ଦପୁର, ନୟାଗଡ଼
ପିନ୍-752024, Mob-9692374659

