କରୋନା କୁ ଡରନା

ଲେଖକ ପରିଚୟ

Blog | + ଏହି ଲେଖକଙ୍କର ଅନ୍ୟ ଲେଖା ପଢିବାକୁ [ଏଠାରେ କ୍ଲିକ କରନ୍ତୁ]

‘ ‘ କରୋନା କୁ ଡରନା ‘ ‘
* ?* ? *? *? *?* ?* ?****ସଦାନନ୍ଦ ସାହୁ
ବିଦେଶୀ ଭୁତାଣୁ ସତେ ପରମାଣୁ
ସତର୍କ ରୁହ ସଭିଏଁ ,
ପ୍ରତିକାର ପନ୍ଥା ସର୍ବୋତ୍ତମ ଆସ୍ଥା
ଭାରତୀୟ ଆପଣାଏ ॥

ନାସା ଓ ମୁଖକୁ ଢାଙ୍କି ରଖିବାକୁ
ଭୁଲିତ ଯିବନି କେହି ,
ବଜାର ଘାଟକୁ ଗହଳି ସ୍ଥାନକୁ
ପରିତ୍ୟାଗ କରଭାଇ ॥

ଡାକ୍ତରୀ ବିଜ୍ଞାନ ଉଦ୍ଭାବନେ ମନ
କରୋନା ନାଶକ ଟିକା ,
ଅଦ୍ୟାବଧି କିନ୍ତୁ ଭେଷଜ ଶାସ୍ତ୍ରରୁ
ଉଦ୍ଧୃତ ହୋଇନି ଊର୍ଜା ॥

ସେଥି ପାଇଁ ଭୟ ଲାଗେ ଭାରି ଡର
ପ୍ରତିକାର ରକ୍ଷାମନ୍ତ୍ର ,
ସଚେତନ ହୋଇ ରହିବ ଦୂରେଇ
ଖୋଲି ଭାରତୀୟ ଶାସ୍ତ୍ର ॥

ହସ୍ତ ପ୍ରକ୍ଷ୍ଯାଳନ କର ବାରମ୍ବାର
ସାକାହରୀ ଖାଦ୍ୟ ଭକ୍ଷ ,
ଯୋଗପ୍ରାଣାୟାମ କରହେ’ ବ୍ୟାୟାମ
ରୋଗ ମାଡିବନି ପାଖ ॥

ଯଦିକେହି ଜନ ରୋଗେ ପ୍ରପୀଡ଼ିତ
ଲୁଚାଇ ରଖନା କେହି ,
ରକତ ପରୀକ୍ଷା କରିବ ସହସା
କରୋନା ଅଛିକି ନାହିଁ ॥

ନହେଲେ ଅନ୍ୟଥା ବ୍ୟାପି ଯିବପରା
ସର୍ବେହେବା ମୃତ୍ୟୁଗାମୀ ,
ଏରୋଗ ଭାଇରସ ମହାମାରୀ ବିଷ
ପ୍ରାଣ ନାଶିବାରେ କର୍ମୀ ॥

କରୋନା ଜୀବାଣୁ କରିଦିଏ ସ୍ଥାଣୁ
ମହା ପ୍ରାଣଘାତି ରୋଗ ,
ଥଣ୍ଡା ଜର କାଶ ଛାତିରେ ପରାଶ
ଲକ୍ଷଣ ମୃତ୍ଯୁର ଭାଗ ॥

ଚାଇନା ଭୂଖଣ୍ଡ ରୋଗର ଜନକ
ବିଶ୍ଵବାସୀ ଆତଙ୍କିତ ,
ଏହି ନୂଆରୋଗ ଭୁତାଣୁ ବାହକ
ସ୍ପର୍ଶକଲେ ବ୍ୟାପେ ସତ ॥

ପଶୁ ହତ୍ୟାକାରୀ କ୍ଷମାର ବଇରୀ
ସର୍ବଗିଳା ଚୀନାବାସୀ ,
ଯୋକ ଠାରୁ ପୋକ ବିଷଧର ସର୍ପ
ଭକ୍ଷଣ କରନ୍ତି ହସି ॥

ଉହାନ ସହର ଢାଳିଲା ଜହର
ପଶୁପକ୍ଷୀ ଭାଇରସ ,
କଞ୍ଚାମାଂସ ସାଥୀ ଚୀନା ଅଧିବାସୀ
ମୃତ୍ଯୁଯନ୍ତା ନାଗଫାଶ ॥

ଭୟାବହ ସ୍ଥିତି ଏ’ମହା ବିପତ୍ତି
ବିଶ୍ଵ ବାସୀ ଆତଙ୍କିତ ,
ସ୍ବାସ୍ଥ୍ୟସଂଗଠନ ହୋଇଛି ଆଶ୍ଚର୍ଯ୍ୟ
ବହୁଜନ ସଂକ୍ରମିତ ।?।

ସଂକ୍ରମଣପରେ ମୃତ୍ଯୁଗ୍ରାସେ ଧୀରେ
ପ୍ରତିକାର ନକରିଲେ ,
ବୈଦ୍ୟରାଜଙ୍କର ପରାମର୍ଶ ଘେନ
ଉପଶମ ହେଵ ଭଲେ ॥

ହେ’ଶ୍ରେଷ୍ଠ ମାନବ ହୁଅସଚେତନ
କରୋନା ହୋଇବ ଧ୍ୱଂସ ,
ଉଷୁମ ଜଳକୁ ପାନ କରିବାକୁ
କରିନାହିଁ କୁଣ୍ଠାବୋଧ ॥

ଉତ୍କଳ ପ୍ରଦେଶ ଜଗନ୍ନାଥ ମିତ
ପବିତ୍ରତା ଅଛି ଭରି ,
ମାଟିର ମହକ କରୋନା ନାଶିବ
ବୋଲ ସର୍ବେ ହରିହରି ॥

ସ୍ଵଚ୍ଛତାର ଛବି ସଂସ୍କୃତି ବିଭବି
ଶାସ୍ତ୍ରନୁମୋଦିତ ଧାରା ,
ତୁଳସୀ ଗବାକ୍ଷ ମହାଆୟୁର୍ବେଦ
ଜୀବାଣୁ ନାଶକ ପରା ॥

ଭାରତୀୟ ଛାପ ସର୍ବ ଗ୍ରହଣୀୟ
ପରମ୍ପରା ଅନୁଗତ ,
ଚାଲିଠୁ ଚଳଣି ଆଦର୍ଶୀତ ଠାଣି
ସଭ୍ୟତା ସଂସ୍କୃତି ମିତ ॥

ଆପଣେଇ ନିଅ ହେ’ପାଶ୍ଚାତ୍ୟ ଦେଶ
ଭାରତୀୟ ଭାବଧାରା ,
ରୋଗଶୋକ ଦୁଃଖ ହୋଇଯିବ ଦୂର
ମହିମଣ୍ଡଳରୁ ପରା ॥
***************(((*((((((*********((****
ସଦାନନ୍ଦ ସାହୁ , କାରା କର୍ମଚାରୀ
ଧୁରୁଷିଆ , ଆଠଗଡ଼ , କଟକ ॥????????✍????????

Leave a Reply

Your email address will not be published. Required fields are marked *