ସକଳ ଭାଷାର ଉତ୍ସ – ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର
ଲେଖକ ପରିଚୟ
ବଣମଲ୍ଲୀର ମହକ ହେଉଛି ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର ଯାହା ସମଗ୍ର ବିଶ୍ଵର ଓଡିଆ ଲେଖକ ଓ ପାଠକ ମାନଙ୍କୁ ଏକ ଭର୍ଚୁଆଲ ସମ୍ପ୍ରଦାୟରେ ଏକତ୍ରିତ କରିଥାଏ ।
• ତୁମନାମେ କି ଭାଷାରେ
• ଲେଖିବି ଗୀତ , କଳା ସାଆନ୍ତ
• ତୁମେତ ସକଳ ଭାଷା ସକଳ ଉତ୍ସ ,
• ତୁମନାମେ କି ଭାଷାରେ…।।
•
• କୋଇଲି ଗୀତ ରେ ତୁମେ
• ତୁମେ ପୁଣି ଫୁଲବନେ
• ବସନ୍ତ,ଶୀତ ରେ ତୁମେ
• ତୁମେ ମଳୟ ପବନେ
• ନିଦାଘ ରେ ରୁଦ୍ର ରୂପୀ ହୁଅ ବିଦିତ ,
• ତୁମ ନାମେ କି ଭାଷାରେ… ।।
•
• ଜନମେ ମରଣେ ତୁମେ
• ହସରେ କାନ୍ଦରେ
• ଶୟନେ,ସପନେ,ଯାଗ-
• -ରଣେ, ସବୁଠାରେ
• ପ୍ରଜାପତି ରୂପୀ ସତେ ଆହା କି ବିଚିତ୍ର ,
• ତୁମ ନାମେ କି ଭାଷାରେ…।।
•
• ମଧୂପ ଗୁଞ୍ଜନେ ତୁମେ
• ବୀଣା ରାଗିଣୀ ରେ
• ସଂସାର ବନ୍ଧନେ ତୁମେ
• ଚପଳଛନ୍ଦା ରେ
• ହଳାହଳ କେବେ ପୁଣି ତୁମେତ ଅମୃତ ,
• ତୁମନାମେ କି ଭାଷାରେ…।।
•
• ସକାଳ କଅଁଳ ଖରା
• ଘନ କୁହୁଡି ରେ
• ଆକାଶ ନୀଳିମା ତୁମେ
• ନୀଳ ସାଗରରେ
• ସକଳାଦୀ ଅଧିଶ୍ଵର ଶରଣ ଦିଅତ ,
• ତୁମ ନାମେ କି ଭାଷାରେ….।।
