ହେ ସଂସ୍କାର

ଲେଖକ ପରିଚୟ

ନାରାୟଣ ଚନ୍ଦ୍ର ସେନାପତି
ଜମ୍ଭରା, କେନ୍ଦୁଝର | ସଦ୍ୟ ପୋଷ୍ଟ

ଅନ୍ୟ ଲେଖାଗୁଡ଼ିକ ପଢନ୍ତୁ

✍???? *ହେ ସଂସ୍କାର*✍????
*******************
ହେ ସଂସ୍କାର
ଆଦର୍ଶ ପରିବାରରେ ହୋଇ ଜନ୍ମ
ଧରି ପିତାମାତାଙ୍କ ହାତ
ଯେବେ ବି ଚାଲୁଥାଅ ଜୀବନ ଦର୍ଶନର ଅମଡା ବାଟ,
ଆଦର୍ଶ ଦିନଚାର୍ଯ୍ୟାଟା ତୁମକୁ କରେ ଅନୁକରଣ
ନୀତି ନିୟମର ସୁଗନ୍ଧ ପୁଷ୍ପ ଗୁଡାକ
ସୃଷ୍ଟି କରନ୍ତି ସମ୍ବିଧାନର ପୁଷ୍ପହାର,
ସ୍ନେହ ପ୍ରେମ ସରାଗରେ ପିନ୍ଧାନ୍ତି ଶୃଙ୍ଖଳାକୁ
ଆର୍ଯ୍ୟ ଆଚାର୍ଯ୍ୟଙ୍କ ସ୍ୱର୍ଣ୍ଣ ମୁକୁଟ ।

ହେ ସଂସ୍କାର
ଆଚାର ବିଚାର ସଦାଚାରେ ଭରା ବୋହୁଟିଏ ତୁମେ
ଭକ୍ତି ସମ୍ମାନ ଆଦର ଶ୍ରଦ୍ଧା ଅକ୍ଷରର ବର୍ଣ୍ଣମାଳା ବି ତୁମେ
ସହାସ୍ୟ ବଦନରେ ଯେବେ ବି ଫୁଟାଅ ସୁମିଷ୍ଟ ପାରିଜାତ,
ପରିବେଶ ପରିବେଷ୍ଟନୀଟା ସାଜେ ସ୍ୱର୍ଗର ନନ୍ଦନ କାନନ
ସତ୍ ଚିନ୍ତା ସତ୍ ସଙ୍ଗ ସତ୍ ଜ୍ଞାନର ମହକମାନେ ଆଦରି ନିଅନ୍ତି ସତ୍ କର୍ମ
ସାଙ୍ଗ ସାଥୀ ପଡ଼ୋଶୀର ଶୀତଳ ବାଆଗୁଡାକ
ହୃଦୟରେ ସୃଷ୍ଟି କରନ୍ତି ଅପୂର୍ବ ଶିହରଣ
ପୁଣ୍ୟ ଧର୍ମର ପବିତ୍ର ସନ୍ତାନଗଣ ଖୋଲନ୍ତି
ଶାନ୍ତି ପ୍ରୀତିର ପବିତ୍ର ଆବାହାନୀ କବାଟ।

ହେ ସଂସ୍କାର
ତୁମ ଧୀର ନମ୍ର ସ୍ଵଭାବ ଜଣାଏ ତୁମ ବଂଶ ପରିଚୟ
ତୁମ ଜିଜ୍ଞାସା ପିପାସା ଜିଗୀଷା ଜଣାଏ ତୁମ ଆତ୍ମ ପରିଚୟ
ସାଜି ନିଃସ୍ୱାର୍ଥପର ଦେଶସେବୀ ସେବକ
ଯେବେବି ବିତରଣ କର
ନୈତିକ ଆଧ୍ୟାତ୍ମିକ ସାମାଜିକତାର ମୂଲ୍ୟବୋଧ,
ମାଟି ମାଆଟା ହସିଉଠେ
ପିତା ମାତା ଗୁରୁ ଗୁରୁଜନଙ୍କ ଆଶୀର୍ବାଦ ଅଜାଡି ହୋଇଯାଏ
ବାୟୁ ଜଳ ଆକାଶବି କରନ୍ତି ତୁମ ଅନୁସରଣ
କହି କହି.. ହେ’ ଏକନିଷ୍ଠ ତପସ୍ୱୀ ସାଧକ
ତୁମେ ସିନା ରୂପହୀନ ବର୍ଣ୍ଣହୀନ ଗନ୍ଧହୀନ
ହେଲେ ତୁମେ ପରା
ମାନବ ଜାତିର ଜୀବନ ଦର୍ଶନର ସ୍ୱୟଂସମ୍ପୂର୍ଣ୍ଣ ମଧୁ ବର୍ଣ୍ଣବୋଧ।

✍???? *ନାରାୟଣ ଚନ୍ଦ୍ର ସେନାପତି, ଜମ୍ଭରା, କେନ୍ଦୁଝର*✍????


HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ