କରୋନା ସମର

ଲେଖକ ପରିଚୟ

ସମ୍ପାଦକ - ବଣମଲ୍ଲୀର ମହକ | ବ୍ଲଗ | ସଦ୍ୟ ପୋଷ୍ଟ

ବଣମଲ୍ଲୀର ମହକ ହେଉଛି ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର ଯାହା ସମଗ୍ର ବିଶ୍ଵର ଓଡିଆ ଲେଖକ ଓ ପାଠକ ମାନଙ୍କୁ ଏକ ଭର୍ଚୁଆଲ ସମ୍ପ୍ରଦାୟରେ ଏକତ୍ରିତ କରିଥାଏ ।

କରୋନା ସମର
ନରୋତ୍ତମ ବେହେରା
କରୋନା ଭୂତାଣୁ ସହ ଯୁଦ୍ଧ ହେବ ଅହରହ
ଘୋଷଣା ହୋଇଛି ଧରାଧାମେ
ଏକୋଇଶ ଦିନ ଯାଏଁ ଚାଲିବ ଆପଣା ଛାଏଁ
ଖ୍ୟାତ କରୋନା ସମର ନାମେ l୧।
ଗୋଟିଏ ପଟେ କରୋନା ସଂଙ୍କ୍ରମଣର ବେଦନା
ଆନ ପଟେ ନିରସ୍ତ୍ର ଜନତା
ସାଥେ ବୈଦ୍ଯ ସେନାପତି ନାହିଁ ରଥ ଘୋଡା ହାତୀ
ଲଢେଇରେ ଖେଳେ ନୀରବତା। ୨।
ଦିନୁଦିନ ଏ ଭୂତାଣୁ ଗ୍ରାସ କରେ ଜନ ଯେଣୁ
ପଦକ୍ଷେପ ପାଇଁ ସରକାର
ବିନାଶ ପାଇଁ କରୋନା କରେ ଜନ ସଚେତନା
ଘୋଷେ ଘରୁ ହୁଅନା ବାହାର। ୩।
କରୋନା ବିନାଶ ପାଇଁ ଶ୍ରେଷ୍ଠ ଔଷଧ ଅଟଇ
କୁଆଡେ ନ ଯାଇ ରୁହ ଘରେ
ନିଶ୍ଚୟ କିଛି ଦିନରେ କରୋନା ଗ୍ରାସେ ଶରୀରେ
ଚିହ୍ନଟ ହୋଇବ ସହଜରେ। ୪।
ତେଜି ଜନ ସମାଗମ କରି ସଙ୍ଗରୋଧ କର୍ମ
ଶ୍ରେଷ୍ଠ ମଣ ଆପଣାର ଘର
ଅଟକିବ ସଂଙ୍କ୍ରମଣ ହେବ ଭୂତାଣୁ ମରଣ
ଶେଷ ହେବ କରୋନା ସମର। ୫।
———-*———


HTML tutorial

ବଣମଲ୍ଲୀର ମହକ ହେଉଛି ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର ଯାହା ସମଗ୍ର ବିଶ୍ଵର ଓଡିଆ ଲେଖକ ଓ ପାଠକ ମାନଙ୍କୁ ଏକ ଭର୍ଚୁଆଲ ସମ୍ପ୍ରଦାୟରେ ଏକତ୍ରିତ କରିଥାଏ ।

ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ