ତୁମେ ଅଭୁଲା ସଂଗୀତ – ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର
ଲେଖକ ପରିଚୟ
ବଣମଲ୍ଲୀର ମହକ ହେଉଛି ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର ଯାହା ସମଗ୍ର ବିଶ୍ଵର ଓଡିଆ ଲେଖକ ଓ ପାଠକ ମାନଙ୍କୁ ଏକ ଭର୍ଚୁଆଲ ସମ୍ପ୍ରଦାୟରେ ଏକତ୍ରିତ କରିଥାଏ ।

• ତୁମେ ମୋର ମୋ ପ୍ରେମର
• ସୁନ୍ଦର ସାହିତ୍ୟ,
• ତୁମେ ମୋ ଜୀବନ ଗୀତ
• ଅଭୁଲା ସଂଗୀତ,
• ଅଦଭୁତ ଉଚ୍ଚାରିତ ସୁର,ତାଳ,ନାଦ
• ଜୀବନ ବେଦୀରେ ମଧୂ-
• ପ୍ରଣୟେ ପ୍ରମତ୍ତ,
• ତୁମେ ମୋର ମୋ ପ୍ରେମର ସୁନ୍ଦର ସାହିତ୍ୟ ।।
•
• ତୁମକୁ ପଢ଼ିଲେ ତୁମେ
• ପଢ଼ି ହୋଇ ଯାଅ,
• ତୁମ ପରଶ ରେ ପ୍ରାଣ
• ହୁଏ ପ୍ରେମମୟ,
• ମଧୂ ସଉରଭା ଦେହୀ ରସେ ରସମୟ
• ସାତସୁରେ ବାଜୁଥାଅ
• ମୋ ପ୍ରାଣେ ତୁମେତ,
• ତୁମେ ମୋର ମୋ ପ୍ରେମର ସୁନ୍ଦର ସାହିତ୍ୟ ।।
•
• ଏ ଜୀବନ ଯଉବନ
• ତୁମେ କର୍ଣ୍ଣଧାର,
• ବାନ୍ଧିଦେଇଅଛ ସହୀ
• ପଣତେ ତୁମର,
• ଉଚ୍ଚାଟନ,ସମ୍ମୋହନ ଛୁଆଁ ରେ ତୁମର
• ତୁମେ ମୋ ଜୀବନ ଗୀତ
• ମଧୂର ସଂଗୀତ,
• ତୁମେ ମୋର ମୋ ପ୍ରେମର ସୁନ୍ଦର ସାହିତ୍ୟ ।।
