ମୋ ମନର ଅବଶୋଷ – ସିଦ୍ଧେଶ୍ଵର ତ୍ରିପାଠୀ

ଲେଖକ ପରିଚୟ

ସିଦ୍ଧେଶ୍ଵର ତ୍ରିପାଠୀ
ଠିକଣା : କୁଣ୍ଡିଲୋ, କେରଙ୍ଗ, ଖୋରଧା | ସଦ୍ୟ ପୋଷ୍ଟ

ଅନ୍ୟ ଲେଖାଗୁଡ଼ିକ ପଢନ୍ତୁ

ସମୟ ସାଥୀରେ ଚାଲିଯିବି ଦୂରେ

ଏ ଜୀବନ ହେବ ଶେଷ
କେହି ନଜାଣିଲେ ତୁତ ଜାଣିବୁ
ମୋ ମନର ଅବଶୋଷ ।

ମିଛ ହସ ପଛେ ଲୁଚିରହିଥିବା
ମୋ ଆଖିର ଯେତେ ଲୁହ
ତୁ ଗଲା ପରେବି ଏଯାଏଁ ତୁଟିନି
ମଉଳା ମନର ମୋହ ।

ଫୁଲେଇଲୋ ତୋର ପଦିଏ କଥାରେ
ସବୁ ହେଲା ସର୍ବନାଶ
କେହି ନଜାଣିଲେ ତୁତ ଜାଣିବୁ
ମୋ ମନର ଅବଶୋଷ – – – – –

ଦରପୋଡା ମନ ହଜିଲା ସପନ
ମୋତେ ନିତି ଜାଳୁଥିବ
ସେଇ ଦହନରୁ ମୁକତି ପାଇବି
ଦେହ ଯେବେ ଜଳିଯିବ ।

ମିଠା ହସ ହସି ଆଲୋ ବାରମାସି
ଦେଇଗଲୁ ମୋତେ ବିଷ
କେହି ନଜାଣିଲେ ତୁତ ଜାଣିବୁ
ମୋ ମନର ଅବଶୋଷ – – – – –

Writer’s Details: ସିଦ୍ଧେଶ୍ବର ତ୍ରିପାଠୀ
Content Category:
Submission Date: May 27, 2019


HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ