ନିସ୍ତବ୍ଧ ରାତି – ରମାକାନ୍ତ ବେହେରା
ଲେଖକ ପରିଚୟ
ବଣମଲ୍ଲୀର ମହକ ହେଉଛି ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର ଯାହା ସମଗ୍ର ବିଶ୍ଵର ଓଡିଆ ଲେଖକ ଓ ପାଠକ ମାନଙ୍କୁ ଏକ ଭର୍ଚୁଆଲ ସମ୍ପ୍ରଦାୟରେ ଏକତ୍ରିତ କରିଥାଏ ।

ତୁମେ, ଚାଲିଗଲ ପ୍ରିୟା ଛାତିରେ ,
ବୁଝିଗଲ ଟିକେ ଦୁଃଖ ହୃଦୟର
ଆସିଥିଲ ତୁମେ ରାତିରେ ||
ନିଶା ଅନ୍ଧାରରେ ନଦେଖି ତୋ ମୁଁହ
ବାସ୍ନା ରୁ ବାରିଲି ତୁହିରେ ,
ଆସିଥିଲ ତୁମେ ନିଁଝୁମ ରାତିର
ନିସ୍ତବ୍ଧ ରାତିର ପ୍ରହରେ ||
ଗାଉଥିଲ ତୁମେ ଗୁଣ ଗୁଣ ହୋଇ
କଣ ଯେ କା ସ୍ମୃତି ରେ ,
ବୁଝିପାରିଥିଲି ତୁମ ସ୍ୱର ପେନ୍ଥା
ତୁମେ,କାହାକୁ ଖୋଜୁଛ ସାଥିରେ ||
ଋଣ ଝୁଣ ତୁମ ପାଉଁଚି ର ଶବ୍ଦ
ମୋ ପ୍ରଶ୍ନର ଉତ୍ତର ଦିଏରେ ,

ପଚାରୁନି ଯଦି, କେମିତି ଅଛୁତୁ
ତୋ ରାଜହଂସି ଚାଲି କହେରେ ||
ଦେଖି ମୁଁ ନଥିଲି ତୋ ପଦ୍ମ ବଦନ
ନା ହେଇଥିଲି ପଦେ କଥା ,
ପାଶେ ପାଇଁ ତୋତେ ଚୁମି ଥିଲି କେତେ
ଅନ୍ଧାରରେ ତୁମ ମଥା ||
ତୋ ଦେହ ଗରମ ପାଇଁ ମୋର ମନ
ବଢିଗଲା ତାର ତାତି ,
ନିସ୍ତବ୍ଧ ରାତିର ଅନ୍ଧାର ଭିତରେ
ମୋ ମନ ପାଇଲା ଶାନ୍ତି ||
ଓ଼ଷ୍ଠ ମାନଚିତ୍ର ଆଙ୍କିଥିଲି କେତେ
ତୁମ ଗୋଲାପୀ କାଗଜ ଦେହରେ,
ଦେଇଥିଲ ତୁମେ ପ୍ରତି ବଦଳରେ
ତୁମ ଅଧରର ସ୍ମିତ ହାସ୍ୟରେ ||
ସେହିଦିନ ରାତି ଥରିଥିଲା ଛାତି
ଯେବେ ଥିଲ ତୁମେ ମୋ ସାଥିରେ ,
ଲାଜ ତୁମେ ଭୁଲି ଆସିଥିଲ ଚାଲି
ସେହି ନିସ୍ତବ୍ଧ ପ୍ରହର ରାତିରେ ||
ରମାକାନ୍ତ ବେହେରା
ନରସିଂହପୁର, କାନପୁର, କଟକ, ପିନ- ୭୫୪୦୩୭
ଫୋନ – ୮୯୧୭୪୭୩୪୭୭
