ଆସନ୍ତୁ ଭଗବାନଙ୍କ ବର ବିଷୟରେ ଜାଣିବା

ଲେଖକ ପରିଚୟ

Blog | + ଏହି ଲେଖକଙ୍କର ଅନ୍ୟ ଲେଖା ପଢିବାକୁ [ଏଠାରେ କ୍ଲିକ କରନ୍ତୁ]

ଆସ କିଛି ଜାଣିବା…….୧୭୮

ଆସନ୍ତୁ ଭଗବାନଙ୍କ ବର ବିଷୟରେ ଜାଣିବା ।

ଥରେ ଜଣେ ବ୍ଯକ୍ତି ମନ୍ଦିର ଯାଇ ଭଗବାନଙ୍କୁ ତାଙ୍କ ପୁଅ କେମିତି ଏକ ଗୁରୁତ୍ୱପୂର୍ଣ୍ଣ ପରୀକ୍ଷାରେ ପାସ୍ କରିବ ସେ ନେଇ ଗୁହାରି ଜଣାଇଲେ । ସେ କହିଲେ- ପ୍ରଭୁ, ମୋ ପୁଅ ଯଦି ଏ ପରୀକ୍ଷାରେ ପାସ୍ କରିଯାଏ, ତେବେ ମୁଁ ତୁମକୁ ପାଞ୍ଚ ହଜାର ଟଙ୍କା ଦାନ ଦେଵି । ତେବେ ,ଏକଥାଟି ମନରେ ଭାବି ସାରିବାର ପର ମୁହୂର୍ତ୍ତରେ ତାଙ୍କ ମନରେ ଭାବାନ୍ତର ଆସିଲା । ସେ ପୁଣି ଭାବିଲେ- ପାଞ୍ଚ ହଜାର ଟଙ୍କାଟା ଅଧିକ ହୋଇଗଲା । ଯଦି ମୋ ପୁଅ ପାସ କରିଯାଏ ତେବେ ପାଞ୍ଚ ହଜାର ଦେଵାକୁ ହେବ । ହଉ, ଦେଖିବା ସେ ଆଗ ପାସ କରୁ , ତା ପରେ ଯେଉଁ କଥା !
ସେ ବ୍ୟକ୍ତି ଏମିତି ଭାବୁଥିବା ବେଳେ ଭଗବାନ ପ୍ରକଟ ହୋଇଗଲେ । ଏଥିରେ ବ୍ଯକ୍ତି ଜଣକ ଗଦଗଦ ହୋଇ ଭଗବାନଙ୍କ ଗୋଡତଳେ ପଡିଯାଇ କହିଲେ-ହେ ପ୍ରଭୁ, ଆପଣ ଏତେ ଶୀଘ୍ର ଗୁହାରି ଶୁଣନ୍ତି ବୋଲି ମୋର ଧାରଣା ନ ଥିଲା । ଆପଣ ଏବେ ଆସି ଗଲେଣି ଯେତେବେଳେ ମୋ ଅଭିଳାଷ ପୂରଣ କରନ୍ତୁ ।
ଭଗବାନ ସବୁଦିନ ଭଳି ସ୍ମିତ ହାସ୍ୟ ଦେଇ କହିଲେ-ଆରେ ବାବୁ,ମୁଁ ସେଇଥି ଲାଗିତ ଆସିଛି । ତୋ ଅଭିଳାଷ ପୂରଣ ହେଉଥିବା ଭଳି ସୁସମ୍ବାଦ ଦେବାକୁ ଆସିଛି ।ବ୍ଯକ୍ତି ଜଣକ ଅଧିର ହୋଇ କହି ଉଠିଲେ- ତାହା ହେଲେ କ’ଣ ମୋ ପୁଅ ପାସ୍ କରିଗଲା ?
ଭଗବାନ କହିଲେ-ନା, ସୁସମ୍ବାଦଟି ହେଲା ତୁମର ପାଞ୍ଚ ହଜାର ଟଙ୍କା ଵଞ୍ଚିଗଲା । ଏହାକହି ଭଗବାନ ଉଭେଇ ଗଲେ । ଭଦ୍ରଲୋକ କ’ଣ ଆଉ କରନ୍ତେ । ଯେମିତି ପାଞ୍ଚୁଥିଲେ , ଭଗବାନ ସେମିତି ଫଳଟିଏ ଦେଲେ ।

ସଂଗ୍ରହକାରୀ–ନରେନ୍ଦ୍ର ପ୍ରସାଦ ବେହେରା, ଆଳଦା, ଖଇରା,ବାଲେଶ୍ଵର, ମୋ–୯୮୫୩୧୪୨୫୧୦

Leave a Reply

Your email address will not be published. Required fields are marked *