ହେ ବାଲୁଙ୍କେଶ୍ଵର – ବଳରାମ ତରାଇ
ହେ ଶିବଶଙ୍କର ହେ ବାଲୁଙ୍କେଶ୍ବର
ରକ୍ଷାକର ରକ୍ଷାକର
ବସିଛ ତୁମେ ହାଟବରାଡି ଗ୍ରାମେ
କେତେ ଲୀଳା ଖେଳା କର
ଚିଲିକା ପାଖରେ ହେ ବାଲୁଙ୍କେଶ୍ବର
ବିପଦରୁ ରକ୍ଷାକର
ସତେ ଯେମିତି ବସିଛ ବାଲି ଉପର
ହେ ପଭୁ ବାଲୁଙ୍କେଶ୍ବର
ମନ୍ଦିର ଛାଡ ନାହିଁ ବାହାରକୁ ଯାଅ
ବାବା ଭୋଳା ଶଙ୍କର
ବରାଡିରେ ଗଲ ରହି କି ଭାଗ୍ୟ ଆମ
ହେ ପଭୁ ବାଲୁଙ୍କେଶ୍ବର
ଏତେ ଦୟାଳୁ ଦୟାବନ୍ତ ଠାକୁର
ହେ ପଭୁ ବାଲୁଙ୍କେଶ୍ବର
ବଡଦେଉଳ ତୁମର ବାଲି ଉପର
ହେ ପଭୁ ବାଲୁଙ୍କେଶ୍ବର
ଦଣ୍ଡ ତୁମର ବଡବେତ ଧରି ବାର
ଭଗତା ଯାମୁଯାତ୍ରା କର
ବାର ଭକତଙ୍କୁ ଧରି ଯାମୁଯାତ୍ରା କର
ଆହା କି କେଡେ ସୁନ୍ଦର
ଏକବିଂଶ ମେଳା ସାତ ଦିନ ଯାତ୍ରା
ଆହା କି କେଡେ ସୁନ୍ଦର
ମାଘମାସେ ବିଶ୍ବଶାନ୍ତି ଯଜ୍ଞ ତୁମର
ହେ ପଭୁ ବାଲୁଙ୍କେଶ୍ବର
ବାଲି ଉପର ଯାତ୍ରା ତୁମ ସାତ ଦିନର
ହେ ପଭୁ ବାଲୁଙ୍କେଶ୍ବର
ହେ ଯୋଗାଋଢ ହେ ଅବନା ପ୍ରଭୁ
ବାବା ଭୋଳା ଶଙ୍କର
ବିଶ୍ବ ନିଅନ୍ତା ବିଶ୍ବରୂପଧାରୀ ବାବା
ବାବା ଭେଳା ଶଙ୍କର
ଦେଖିଲେ ଭାରି ମନେଭୟ ଜାତ ହୁଏ
ବାବା ଭୋଳା ଶଙ୍କର
ଲୀଳା ଅପରମାୟ ,ଉପମା ଦେବା
ବୁଦ୍ଧି ହୀନ ହେଲା ମୋର
ଆଶୀର୍ବାଦ ଦିଅ ଏ ବଳରାମ କୁ
ବାବା ଭୋଳା ଶଙ୍କର
ଲେଖିବାକୁ ଦିଅ ଭକ୍ତିମାର୍ଗ ତୁମର
ହେ ପଭୁ ବାଲୁଙ୍କେଶ୍ବର
ପଦକୁ ପଦ ଦିଅ ଯୋଟାଇ ବାବା
ବାବା ଡମ୍ବୁରୁଧର
ଭଜି ଭଜି ନାମତୁମର ଜାଉ ହେ
ବାବା ଭେଳା ଶଙ୍କର
ରକ୍ଷାକର ରକ୍ଷାକର ପ୍ରଭୁ ଜଞାଳୁ
ବାବା ବାଲୁଙ୍କେଶ୍ବର
ବଳରାମ କର ଯୋଡି ଡାକେ
ଆକୁଳେ ହେ ଈଶ୍ବର ।
ଆକୁଳେ ହେ ଈଶ୍ବର ।
ବଳରାମ ତରାଇ
ଖୋର୍ଦ୍ଧା, ମୋ – ୯୯୩୭୦୧୪୬୪୬
