ଜନତା କର୍ଫ୍ୟୁ କରୋନା ତୋ ପାଇଁ

ଲେଖକ ପରିଚୟ

ସମ୍ପାଦକ - ବଣମଲ୍ଲୀର ମହକ | ବ୍ଲଗ | ସଦ୍ୟ ପୋଷ୍ଟ

ବଣମଲ୍ଲୀର ମହକ ହେଉଛି ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର ଯାହା ସମଗ୍ର ବିଶ୍ଵର ଓଡିଆ ଲେଖକ ଓ ପାଠକ ମାନଙ୍କୁ ଏକ ଭର୍ଚୁଆଲ ସମ୍ପ୍ରଦାୟରେ ଏକତ୍ରିତ କରିଥାଏ ।

ଜନତା କର୍ଫ୍ୟୁ କରୋନା ତୋ ପାଇଁ
ବାସନ୍ତୀ ଲତା ଜେନା

ସାରା ଦେଶେ ଆଜି ଜନତାଙ୍କ କର୍ଫ୍ୟୁ
ତୋ ପାଇଁ ହେଲା କରୋନା
ପ୍ରଧାନ ମନ୍ତ୍ରୀଙ୍କ ନିର୍ଦେଶ ମାନିଲୁ
ହଟାଇବୁ ତୋତେ ସିନା l 1l
କରୋନା ସଂକ୍ରମଣ ରୋକିବା ପାଇଁ କି
ଗାଡି ଘୋଡା ସବୁ ବନ୍ଦ
ଜନ ଶୂନ୍ୟ ରାସ୍ତା ଶୂନଶାନ ଦିଶେ
ବଜାର ହୋଇଛି ରଦ l 2l
ନିଜର ସୁରକ୍ଷା ନିଜେ କରୁ ଅଛୁ
ସାରା ଦିନ ଘରେ ରହି
ସନ୍ଧ୍ୟା ପାଞ୍ଚଟାରେ ଶଙ୍ଖ ଘଣ୍ଟା ତାଳି
ସେବକ ମାନଙ୍କ ପାଇଁ l 3l
ସଜାଗ ରହୁଛୁ ସତର୍କ ରହୁଛୁ
କରୋନା ତୁ ଫେରି ଯାଆ
ମିଳା ମିଶା ବନ୍ଦ ଭୋଜି ଭାତ ବନ୍ଦ
ବାରମ୍ବାର ହାତ ଧୁଆ l 4l
ମୁଖରେ ମାସ୍କ ପିନ୍ଧୁଛୁ ସମସ୍ତେ
ରୁମାଲ ଛିଙ୍କ କାଶର
ଥଣ୍ଡା କାଶ ଜ୍ୱର ଯାହାକୁ ହେଉଛି
ଡାକ୍ତରୀ ପରୀକ୍ଷା କର l 5l
ସ୍ୱଚ୍ଛତା ନିୟମ ସବୁ ମାନୁଅଛୁ
ତୋତେ ଆମେ ଡରୁ ନାହୁଁ
କରୋନା ତୁ ଯାଆ ଅନ୍ତର୍ଦ୍ଧାନ ହୋଇ
ହଟ ହଟା କରୁ କାହୁଁ l 6l
ଦୋକାନ ବଜାର ବନ୍ଦ ହେଲା ଆଜି
ବନ୍ଦ ହେଲା ରେଳ ସେବା
ଚକ ଅଖ ସବୁ ବନ୍ଦ ହୋଇଲା ତ
କାମ ନାହିଁ ତ ଶୋଇବା l 7l
ବାହାର ଦେଶରୁ ଆସିଛୁ କରୋନା
ତୋ ପାଇଁ ଲକ ଡାଉନ
ହନ୍ତସନ୍ତ ଲୋକେ ହୁଅନ୍ତି ସମସ୍ତେ
ଫେରି ଯାଆ ହୋଇ ମଉନ l 8l
#########
ବାସନ୍ତୀ ଲତା ଜେନା
ଶିକ୍ଷୟିତ୍ରୀ
ଗାନ୍ଧିନଗର, ନବରଙ୍ଗପୁର
ମୋ : 8658655979


HTML tutorial

ବଣମଲ୍ଲୀର ମହକ ହେଉଛି ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର ଯାହା ସମଗ୍ର ବିଶ୍ଵର ଓଡିଆ ଲେଖକ ଓ ପାଠକ ମାନଙ୍କୁ ଏକ ଭର୍ଚୁଆଲ ସମ୍ପ୍ରଦାୟରେ ଏକତ୍ରିତ କରିଥାଏ ।

ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ