କୋରନା କୁ ଡରନା

ଲେଖକ ପରିଚୟ

+ ଏହି ଲେଖକଙ୍କର ଅନ୍ୟ ଲେଖା ପଢିବାକୁ [ଏଠାରେ କ୍ଲିକ କରନ୍ତୁ]

## ଘରେ ରୁହ ସଭିଏଁଁ ##

କରୋନା କରୋନା କରୋନା
କରୋନା କୁ କେହି ଡରନା

ଘରେ ଥିଲେ ପାଖ ମାଡେନା
ବାହାରେ କାହାକୁ ଛୁଇଁବା ମନା ॥

ଶୁଣ ଶୁଣ ହେ ପ୍ରିୟ ଭାରତବାସୀ
କରୋନାକୁ ତଡିବା ଘରେ ବସି ॥

ଗୋଡ ହାତ ଧୋଇବା ବାରମ୍ବାର
ଅତି ଜରୁରୀ ଥିଲେ ହିଁ ଘରୁ ବାହାର ॥

ପାର୍ସଲ ମାଗିବା ଏତିକି ଥାଉ
କରୋନା ରୋଗ ଘରକୁ ନ ଧାଉଁ ॥

ପରିବା ଆଣୁଛ ଯଦି ବଜାରରୁ କିଣି
ହଳଦୀ,ଲୁଣ ପାଣିରେ ଧୂଅ ତାକୁ ପୁଣି

ତା ପରେ ଦେବା ସବୁ ପରିବା ଛାଣି
ହାତଧୂଆ ଏଠି ବି କେହି ଭୂଲିବାନି ।

ଜିନିଷରେ ରହେ ଏ କରୋନା ଭୂତାଣୁ
ନାଶ କରିବା ମଣିଷ ଦେହେ ନ ପଶୁଣୁ

ନାହିଁ ଏ ରୋଗ ପାଇଁ କିଛି ଔଷଧ
ସତର୍କ ରହିବା ହିଁ ଜାଣ ଆୟୁଧ ॥

ଦୂରତା ରଖିବା ନିଜ ନିଜ ଭିତରେ
ହାତ ମିଶାଇବାନି କାହା ସାଙ୍ଗରେ

ନାକ,ଆଖି,ପାଟି ନ ଛୁଇଁବା ସୁଧିଜନ
ଭୂତାଣୁ ହେବନାହିଁ ଯେ ସଂକ୍ରମଣ

ବାୟୁ ପ୍ରଦୂଷଣ,ଶଦ୍ଦ ପ୍ରଦୂଷଣ
ରୋକିପାରିବ ଏ ମଣିଷ ଜାତି ଜାଣ

ମୁଖେ ଲଗାଅ ମୁଖବନ୍ଧା ଟିସୁପେପର
ହାତେ ଧରି ରଖ ସାନିଟାଇଜର॥

ଭଗବାନଙ୍କ ଉପରେ ଭରସା କର
ଭାରତ ଦେଶରୁ ଭୂତାଣୁ ନାଶ କର॥

ମାନିବା ସଭିଏଁ ସରକାରଙ୍କ ବାର୍ତ୍ତା
ଭୂତାଣୂ ର ରହିବନି ଆଉ ପତ୍ତା ॥

ଲୁଗା ଧୋଇ ଶୁଖାଇବା ଖରାରେ
ଚୁମା ଦେବାନି କାହା ଗାଲରେ ॥

କାଶ ଛିଙ୍କ ହେବ ଯାହାକୁ ଥରେ ଜାଣ
ରୁମାଲ,କହୁଣୀସନ୍ଧିରେ କରିବା ବନ୍ଧନ

ସପ୍ତାହକ ଆମେ ରହିବା ଯଦି ସୁରକ୍ଷିତ
କରୋନା ଭୂତାଣୂ ହେବନି ସଂକ୍ରମିତ

ଆସ ଆମେ ଆଜି ଶପଥ ନେବା ଥରେ
ନ ଯାଇ ଘରୁ ପାଦ ରଖିବାନି ବାହାରେ

ଘରକୁ ଅତିଥି ଆସିଲେ
ହାତ ଯୋଡି କର ନମସ୍କାର

ବାହାରେ ଗୁରୁଜନଙ୍କୁ ଦେଖିଲେ
କରଯୋଡି କର ନମସ୍କାର ॥

ଛେପ ଖଙ୍କାର ନପକାଅ ଏଠିସେଠି
କୋରନାକୁ ପକାଇଦେବା ଚାବିକାଠି

ଫ୍ଲାଇଟରେ ହଉ କି ବସ ଟ୍ରେନରେ
ଯାଅନି କିଏ ଅଯଥା ତରବରରେ ॥

ପ୍ରଶାସନ କଥା ମାନିଲେ ସଭିଏଁ
କରୋନା ପ୍ରବେଶ ଜମା ହୁଏନା

ଭାରତ ମାତାକୁ ଡରିବ କରୋନା
କରୋନା କୁ କେହି ଡରନା ॥

ଦିପ୍ତିଲେଖା ମିଶ୍ର,ବ୍ରହ୍ମପୁର

Leave a Reply

Your email address will not be published. Required fields are marked *