ଦୃଷ୍ଟିଭଙ୍ଗୀ

ଲେଖକ ପରିଚୟ

ଅଶ୍ଵିନୀ କୁମାର ବାଗ
ସଦ୍ୟ ପୋଷ୍ଟ

Read More

।। ଦୃଷ୍ଟିଭଙ୍ଗୀ ।।

ହେ ବନ୍ଧୁ
ମୁ ବି କବି,ତୁମେ ବି କବି ।
ହେଲେ ଆମ ଲେଖନୀରୁ
ଝରେନି ସାମାନ ଲିଖନ ।।
ଯେମିତି ଆମ ଚକ୍ଷୁ ଯୁଗଳରେ
ହୁଏନି ସମାନ ଦୃଶ୍ୟର ପ୍ରତିଫଳିନ
।।

ତୁମେ ଲେଖନୀ ମୁନରେ ଆଙ୍କିଦିଅ
ଦୂର ବନାନୀର ନୈସର୍ଗିକ
ସୁଷମାର ଚିତ୍ରପଟ ।
କୁଳୁ କୁଳୁ ନାଦେ ବହି ଯାଉଥିବା
ନିର୍ଝରଣୀର ଅପରୂପ ଦୃଶ୍ୟ ।
ତୁମ କବିତାର ରୂପ ନିଏ
ହାତକୁ ହାତ ଛନ୍ଦି ଛିଡା ହୋଇଥିବା
କୁଂଚୁ କୁଞ୍ଚିଆ ଅଚଳ କନ୍ଦର ।।
ବସନ୍ତ ଆବାହନେ କୋଇଲିର
କୁହୁ କୁହୁ ତାନ,
ଭଅଁରର ଗୁଣୁ ଗୁଣୁ ଲାଳିତ୍ୟ ସ୍ୱର ।।

ହେଲେ ମୋ କବିତାରେ
ପ୍ରତିଫଳିତ ହୁଏ
ବିକାଶର କୋରଡା ଘାତରେ
ଅସ୍ତିତ୍ୱ ହରାଉ ଥିବା
ସବୁଜ ବନାନୀର ବିଦୀର୍ଣ୍ଣ ରୂପରେଖ ।
ବୋଲଡୋଜରର ପ୍ରହାରରେ
ଟଳି ପଡୁଥିବା ପାହାଡ଼
ପର୍ବତର କରୁଣ ଶୁଖିଲା ମୁହଁ ।।
ବସନ୍ତର ଚିର ସବୁଜିମାକୁ ଝୁରି ଝୁରି
କୋଇଲି ଗାଏ ବିରହ ଗୀତ,
ଶିଳ୍ପାୟନର କବଜା ରେ କବଳିତ ଥିବା
ତଟିନୀ ନିର୍ଝରିଣୀର ଦି ଧାର ଲୁହ ।।

ଶୀତ କାକର ଝାଞ୍ଜି ଖରାକୁ
ଖାତିର କରୁନ ଥୁବ
ଚଷା ପୁଅକୁ ଦିଅ ତୁମେ
ଖୁସି ମଣିଷର ଆଖ୍ୟା ।।
ତା ପାଇଁ ତୁମ ଲେଖନୀରୁ
ଝରି ପଡେ କେତେ ଗୀତ
କେତେ କବିତାର ସୁଅ ।।
ଅଭିନବ ଭଙ୍ଗିରେ ନାନାବିଧ
ଉପମା ଦେଇ ଆଙ୍କି ଦିଅ
ତା ଶସ୍ୟ ଶ୍ୟାମଳା
ସୁନାଫଳା ଶସ୍ୟ କ୍ଷେତର ଚିତ୍ର ।।
ଚାରି ଦିଗ କମ୍ପିଉଠେ
କୃଷକର ଜୟ ଜୟକାର ସ୍ୱର ।।
ଚାଷ କାମ ଯାହାର
କେତେ ସୁଖ ତାହାର,
କୃଷକ ପାଲଟି ଯାଏ
ଅନ୍ନଦାତା ଈଶ୍ୱର ।।

ହେଲେ ମୋ କବି ଆଖିରେ
ଦୃଶ୍ୟମାନ ହୁଏ,
କମ୍ପାନିଆ ଲୁଟି ନେଉଥିବା
ସରଳ ଭଗିଆ ମାନଙ୍କ ମାଣ ମାଣ ଜମି ।
ଗଣ୍ଡେ ଖାଇ ଦଣ୍ଡେ ବଞ୍ଚି
ଅନ୍ନ ଯୋଗାଉ ଥିବା
ଚଷା ପୁଅର ମନର ବେଦନା
ହୃଦୟର କୋହ ।।
କେବେ ଦୈବିଦୁର୍ବିପାକ,
କେବେ ଚକଡ଼ା ସାଜେ ଦାଉ ।
ଚାଷୀ ଖାଏ କୀଟନାଶକ,
ପୁଣି ବେକରେ ଲଗାଏ ଫାଶୀ ।
ଆଖି ଆଗରେ ଝଲସି ଯାଏ
ଗୋଟି ଗୋଟି କରି ବାରି ହେଉଥିବା
ତା ପଂଜାରା କାଠି କଙ୍କାଳ ଦେହ ।।

ଅବୋଧ ଶିଶୁକୁ ଶୁଆଇବା ପାଇଁ
ଅଝଟ ଶିଶୁକୁ ଖୁଆଇବା ପାଇଁ
ତୁମେ ମାଆ ମାନଙ୍କ ସକାଶେ
ଲେଖି ଚାଲ କେତେ
ନାନାବାୟା ଗୀତ ।
କେବେ ନିଦ ମାଉସୀ ତ
କେବେ ସରଗ ଶଶୀ ।
ଆଉ ପୁଣି କେବେ
ବୁଢ଼ୀ ଅସୁରୁଣୀ ଭୁତ ।।

ହେଲେ ମୋ କବିତାରେ ଚିତ୍ରିତ ହୁଏ,
ମୁଠାଏ ଭାତ ଯୋଗାଡ଼
କରି ପାରୁନ ଥିବା
ମାଆର କୋହ ଭରା ମୁହଁ ।
ଆଖିରୁ ବୋହି ଯାଉଥିବା
ଦି ଧାର ଲୁହ ।।
ଖାଦ୍ୟ ଅଭାବେ
ଆଖି ପଶି ଯାଇଥିବା,
ପେଟ ଫୁଲି ଯାଇଥିବା
ଅପପୁଷ୍ଟି ଗ୍ରସ୍ତ ନିରୀହ
ଶିଶୁର ବିକଳ କ୍ରନ୍ଦନ
ହା ଅନ୍ନ ହା ଅନ୍ନ ।।

ହେ ବନ୍ଧୁ
ତୁମେ ନାନାବିଧ ଉପମା
ଅଳଙ୍କରରେ ସଜେଇ ଦିଅ
ତୁମ ପ୍ରେମିକାର ଚନ୍ଦ୍ରମୁଖ ।।
ହେଲେ ମୋ କବିତା କହେ
ଶୋଷଣ କଷଣ ଖଟିଖିଆର କଥା
ଯେତେ ଲେଖିଲେବି ମେଣ୍ଟେନାହିଁ
ମୋ ଲେଖିବାର ଭୋକ ।।
ଅଶ୍ବିନି କୁମାର
ashwinikumar0205@gmail.com


HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ