ଉତ୍କଳ ମାଟି
ଉତ୍କଳ ମାଟି
ଏଇ ଉତ୍କଳ
ଅପରୂପ ତାର ଯଶ କୀର୍ତ୍ତି
ଐତିହ୍ୟ ସଂସ୍କୃତି
ସବୁଠି ରହେ ଆଦର
କଳା ନୈପୂର୍ଣ୍ଣ୍ୟ କାରିଗରୀ
ଯହିଁ ମନଲୋଭା କାର୍ଯ୍ୟ
ସବୁଠୁ ବଳି କଳା ଭାସ୍କର୍ଯ୍ୟ
ଏଇ ଭୂବନେ ବିଦିତ ।
ବୀର ଯୁବକ ସୈନ୍ୟ ସାମନ୍ତ
ଯାହାର କୋଳେ ବଢି
ଦେଶ ଜାତି ପାଇଁ ବଳିଦାନ ଦେଇ
ଦେଶକୁ ସୁରକ୍ଷା ଦିଅନ୍ତି ।
ସେହି ମାଟିର ଅମୃତ ସନ୍ତାନ
କବି ଗାଳ୍ପିକ ଜନ୍ମି
ଏଇ ଦେଶ ପାଇଁ ରଖିଛନ୍ତି
ଅମୃତ ଅପୂର୍ବ ସ୍ମୃତି ।
ବେଦ ବେଦାନ୍ତ ମାଳିକା ସଂହିତା
କେତେ ପୁରାଣ ଗଢି
କେତେ ମୁନି ଋଷି ଏଇଠି ଜନ୍ମି
ରଖିଛନ୍ତି ତାର କୀର୍ତ୍ତି ।।
ଜୟଶ୍ରୀ ମେହେର
ଓଡ଼ିଆ ଅଧ୍ୟାପିକା
ମାଣ୍ଡୋସିଲ ଜୁନିୟର କଲେଜ
ଜି ବରଗଡ଼ ।
