ହସୁଛି ବସୁଧା

ଲେଖକ ପରିଚୟ

Blog | + ଏହି ଲେଖକଙ୍କର ଅନ୍ୟ ଲେଖା ପଢିବାକୁ [ଏଠାରେ କ୍ଲିକ କରନ୍ତୁ]

*ହସୁଛି ବସୁଧା*

ହସୁଛି ବସୁଧା ମନଖୋଲି ଆଜି
ମିଳିଲା ଟିକେ ବିଶ୍ରାମ
ଏତେଦିନ ଧରି ଦେଉଥିଲା କଷ୍ଟ
ମଣିଷ ଜାତି ଅଧମ ।୧।

ମଣିଷ ଜାତନା ସହ୍ଯ କରି କରି
ଅସମ୍ଭାଳ ହୋଇଥିଲି
ନିଶ୍ଵାସ ପ୍ରଶ୍ବାସ ହୋଇଥିଲା ବନ୍ଦ
ଭାବନାରେ ମୁହିଁ ଥିଲି ।୨।

ଶୁଭ ସକାଳରୁ ଶୁଭ ସନ୍ଧ୍ୟା ଯାଏ
କରୁ ସେ ଥିଲା ପ୍ରହାର
ସମୟ ବଳିଲେ ଶେଯ ଯିବା ଯାଏ
ନହୁଏ ମନ ତା’ ସ୍ଥିର ।୩।

କୃଷକ ବାପୁଡା କୃଷିକାର୍ଯ୍ଯ କରେ
ଲଙ୍ଗଳ ମୁନ ଲଗାଇ
ବକ୍ଷ ଭେଦକରି ତା’ ଲଙ୍ଗଳ ମୁନ
ରୁଧିର ଦିଏ ବୁହାଇ ।୪।

କୋଦାଳ ଗଇନ୍ତି ହାତେ ଧରିଥାଏ
ପରିବା ଚାଷୀଟି ପୁଣି
ଶ୍ରମିକ ଲଗାଇ ହାଣିଣ ମାଟିକୁ
ମଞ୍ଜିକୁ ଦିଅଇ ବୁଣି ।୫।

ପକ୍କା ମିସ୍ତ୍ରୀ ପୁଣି ଶ୍ରମିକ ଲଗାଇ
ମୂଳଦୁଆ ବସି ଖୋଳେ
ନଳକୂପ ଖୋଳି ଦେଉଥାଏ ହସି
ସଭିଙ୍କୁ ଆନନ୍ଦ ମିଳେ ।୬।

ଠିକାଦାର ପୁଣି ମେସିନ ଲଗାଇ
ପାହାଡକୁ ନଷ୍ଟ କରେ
ମୋ ଦେହର କଷ୍ଟ ଚିନ୍ତା କରେନାହିଁ
ବ୍ଲାଷ୍ଟିଙ୍ଗ୍ କରେ ଦିନରେ ।୭।

କଳ କାରଖାନା ଗଢ଼ିଉଠେ କେତେ
ସୁଖ ଓ ସମୃଦ୍ଧି ପାଇଁ
ପାଉଥାଏ କଷ୍ଟ ହୁଏ ସେ ସନ୍ତୁଷ୍ଟ
ସମାଜେ ବଞ୍ଚିବା ପାଇଁ ।୮।

ବନ୍ଧବାଡ କେତେ ନିର୍ମାଣ ସେ କରେ
ଲେବର ମେସିନ ଧରି
ଭାରି କଷ୍ଟପାଏ ସେତେ ବେଳେ ମୁହିଁ
ଝରାଇ ଲୋତକ ବାରୀ ।୯।

ରୂପ ଓ ଯୌବନେ ଗର୍ବ ଅହଂକାରେ
ହେଉଥିଲା ମତୁଆଲା
ଦେଇ ମୋତେ ବିଷ ହସୁଥିଲା ହସ
ସେଦିନ କୁଆଡେ ଗଲା ! ୧୦!

ଏକଳି କାଳରେ କାହୁଁ ଏକ କାଳ
ସମାଜକୁ ଗ୍ରାସ କଲା ।
ଏମୂର୍ଖ ମଣିଷ ଯମ ଭୟେ ଘରେ
ରହିଛି ପକାଇ ତାଲା ।୧୧।

ଦିନରାତି ଖାଲି ପରିଶ୍ରମ କରି
ବସୁଧାକୁ କଷ୍ଟ ଦିଏ
ଲକ୍ ଡାଉନରେ ଘରେ ବସି ବସି
ପରିବାର କଷ୍ଟ ପାଏ ।୧୨।

କର୍ମଜିବୀ ଆଉ କରୁନାହିଁ କର୍ମ
ପାଉଛି ଟିକେ ମୁଁ ଶାନ୍ତି
କଷ୍ଟ ପାଉଥିଲି ଦୀର୍ଘଦିନ ଧରି
ମନରେ ଥିଲା ଅଶାନ୍ତି ।୧୩।

କହଇ ବସୁଧା ଧନ୍ଯରେ ଜନତା
କାହିଁ ତୋର ପିତା ମାତା
ମିଳିମିଶି ସର୍ବେ ଏକାକାର ହେଲ
କର୍ମ ତ ହୋଇଲା ପିତା ୧୪।

ଦେଉନାହୁଁ କଷ୍ଟ ହେଉଛୁ ତୁ ନଷ୍ଟ
ଆଖିରେ ସବୁ ଦେଖୁଛି
ଶାନ୍ତିରେ ବିଶ୍ରାମ ନେଉଅଛି ପୁଣି
ଆନନ୍ଦେ ଆଜି ହସୁଛି ।୧୫।

ନରେନ୍ଦ୍ର ପ୍ରସାଦ ବେହେରା, ଆଳଦା, ଖଇରା,ବାଲେଶ୍ଵର, ମୋ-୯୮୫୩୧୪୨୫୧୦

Leave a Reply

Your email address will not be published. Required fields are marked *