ଆସନ୍ତୁ ଅଦୃଶ୍ୟ ତାଲା ବିଷୟରେ ଜାଣିବା

ଲେଖକ ପରିଚୟ

ସମ୍ପାଦକ - ବଣମଲ୍ଲୀର ମହକ | ବ୍ଲଗ | ସଦ୍ୟ ପୋଷ୍ଟ

ବଣମଲ୍ଲୀର ମହକ ହେଉଛି ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର ଯାହା ସମଗ୍ର ବିଶ୍ଵର ଓଡିଆ ଲେଖକ ଓ ପାଠକ ମାନଙ୍କୁ ଏକ ଭର୍ଚୁଆଲ ସମ୍ପ୍ରଦାୟରେ ଏକତ୍ରିତ କରିଥାଏ ।

ଆସ କିଛି ଜାଣିବା……୧୭୯

ଆସନ୍ତୁ ଅଦୃଶ୍ୟ ତାଲା ବିଷୟରେ ଜାଣିବା ।

ବିଶ୍ଵ ବିଖ୍ୟାତ ଯାଦୁକର ହୁଡିନିଙ୍କ ବିଶେଷ ପାରଦର୍ଶିତା ଥିଲା ତାଲା ଖୋଲିବାରେ । ତାଙ୍କ ହାତକୁ ଯେତେ ଟାଣୁଆ ହାତକଡିରେ ବାନ୍ଧି ଦିଆଗଲେ ମଧ୍ୟ ସେ ମାତ୍ର କେଇ ସେକେଣ୍ଡ ଭିତରେ ତାହା ଖୋଲି ଦେଉଥିଲେ । ତାଙ୍କ ପାରଦର୍ଶିତାକୁ ପରଖିବା ସକାଶେ ତାଙ୍କୁ ପୃଥିବୀର ବିଭିନ୍ନ ଜେଲରେ ପୂରେଇ ତାଲା ଉପରେ ତାଲା ପକାଇ ଦିଆଯାଉଥିଲା । କିନ୍ତୁ ସମସ୍ତଙ୍କୁ ଚମତ୍କୃତ କରି ସେ ବାହାରି ଆସୁଥିଲେ । ଥରେ ତାଙ୍କ ହାତ ଓ ଗୋଡକୁ ହାତକଡି ଓ ବେଡିରେ ବାନ୍ଧି ତାଙ୍କୁ ଏକ ସିନ୍ଧୁକରେ ପୂରାଇ ଏବଂ ସିନ୍ଧୁକରେ ତାଲା ପକାଇ ସମୁଦ୍ର ଭିତରେ ଫିଙ୍ଗି ଦିଆଗଲା । ମାତ୍ର କେଇ ମିନିଟ୍ ଭିତରେ ହୁଡିନି ବାହାରକୁ ବାହାରି ଆସିଲେ ।
କିନ୍ତୁ ଥରେ ହୁଡିନି ହାରି ଗଲେ । ଇଟାଲିରେ ଗୋଟିଏ ଘରୁ ବାହାରି ପାରିଲେ ନାହିଁ । କେଇ ଘଣ୍ଟା ପରେ ଝାଳନାଳ ହୋଇ ପ୍ରାୟ ଅର୍ଧଚେତନ ଅବସ୍ଥାରେ ସେ ଘରୁ ଘୁଷୁରି ଘୁଷୁରି ବାହାରିଲେ । ତାହା ଦେଖି ସାରା ଦୁନିଆ ଆଚମ୍ବିତ ହୋଇଗଲା ।
କଥା କ’ଣ ? ହୁଡିନି ହାରିଲେ କେମିତି ? କଥା ହେଲା ଏୟା ଯେ ସେହି କବାଟରେ ଆଦୌ ତାଲା ହିଁ ନ ଥିଲା ଏବଂ ତାକୁ କେବଳ ଟାଇଟ୍ କରି ଆଉଜାଇ ଦିଆଯାଇଥିଲା । ଅଦୃଶ୍ୟ ତାଲାକୁ ଖୋଜି ଖୋଜି ନୟାନ୍ତ ହୋଇ ନିଜର ଆତ୍ମପ୍ରତ୍ଯୟ ହରାଇ ହୁଡିନି ପ୍ରାୟ ଅର୍ଧଚେତନ ଅବସ୍ଥାରେ କବାଟ ଉପରେ ଢଳି ପଡିବାରୁ ତାହା ଆପେ ଆପେ ଖୋଲିଗଲା ।
ଏହା କହିସାରି ୟୁଜିକେ କହିଲେ-ଅନେକ ସ୍ଥାନରେ ପାଣ୍ଡିତ୍ୟ ହାରିଯାଏ ଏବଂ ନିରୀହ ନିର୍ବୋଧତା ଜିତିଯାଏ । ହୁଡିନିଙ୍କ ବିଦ୍ଯା ସେଇଠି ତାଲା ଖୋଜୁଥିଲା ଯେଉଁଠି ତାଲା ହିଁ ନ ଥିଲା । ଜଣେ ସାଧାରଣ ଲୋକ ତାହା ଅକ୍ଳେଶରେ ଜାଣି ପାରିଥାଆନ୍ତା ।।

ସଂଗ୍ରହକାରୀ–ନରେନ୍ଦ୍ର ପ୍ରସାଦ ବେହେରା, ଆଳଦା, ଖଇରା,ବାଲେଶ୍ଵର, ମୋ-୯୮୫୩୧୪୨୫୧୦


HTML tutorial

ବଣମଲ୍ଲୀର ମହକ ହେଉଛି ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର ଯାହା ସମଗ୍ର ବିଶ୍ଵର ଓଡିଆ ଲେଖକ ଓ ପାଠକ ମାନଙ୍କୁ ଏକ ଭର୍ଚୁଆଲ ସମ୍ପ୍ରଦାୟରେ ଏକତ୍ରିତ କରିଥାଏ ।

ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ