ବଡ଼ ଦିନ

ଲେଖକ ପରିଚୟ

ସମ୍ପାଦକ - ବଣମଲ୍ଲୀର ମହକ | ବ୍ଲଗ | ସଦ୍ୟ ପୋଷ୍ଟ

ବଣମଲ୍ଲୀର ମହକ ହେଉଛି ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର ଯାହା ସମଗ୍ର ବିଶ୍ଵର ଓଡିଆ ଲେଖକ ଓ ପାଠକ ମାନଙ୍କୁ ଏକ ଭର୍ଚୁଆଲ ସମ୍ପ୍ରଦାୟରେ ଏକତ୍ରିତ କରିଥାଏ ।

କବିତା :ବଡ ଦିନ :ବାସନ୍ତୀ ଲତା ଜେନା
, *******************-
ଅର୍ଦ୍ଧ ରାତ୍ରିରେ ମେଣ୍ଢା ଶାଳରେ
ଜନମିଲେ ପ୍ରଭୁ ଯୀଶୁ
ମା ମେରୀଙ୍କର କୋଳ ପୁରିଗଲା
ଝଡ଼ ଝଞ୍ଜା ଯେତେ ଆସୁ ll
ପବିତ୍ର ଦିବସ ବଡ ଦିନ ଆଜି
ଖୁସି ଖ୍ରୀଷ୍ଟିୟାନ ବାସୀ
ଚର୍ଚ୍ଚ ଝଲାସେ ରଙ୍ଗିନୀ ଆଲୋକେ
ସଭିଏଁ ହୁଅନ୍ତି ଖୁସି ll
ପରସ୍ପର ମଧ୍ୟେ ଭାଇଚାରା ନେଇ
କେକ୍ ଖୁଆ ଖୋଇ ହୁ’ନ୍ତି
ସ୍ନେହ ପ୍ରେମର ପ୍ରତୀକ ଦିବସ
ଆନନ୍ଦରେ ପାଳି ଥାନ୍ତି ll
ସାରା ଦେଶ ଆଜି ଆନନ୍ଦ ମୁଖର
ପୂଜା ପ୍ରାର୍ଥନା କଣ୍ଠରେ
ଯୀଶୁ ଜନ୍ମ ଦିନ ସ୍ୱାଗତ କରନ୍ତି
ଶାନ୍ତି ଉଲ୍ଲାସ ଢଙ୍ଗରେ ll
କ୍ରିସମାସ ଶୁଭେଚ୍ଛା ଜଣାଇ ଥାନ୍ତି
ପରସ୍ପରକୁ କେତେ
କ୍ରିସମାସ ଟ୍ରି ସଜାଇ ଥାନ୍ତି
ଉଲ୍ଲସିତ ମନ ଯେତେ ll
ଯୀଶୁ ଚାହୁଁଥିଲେ ସାରା ଦେଶ ବାସୀ
ଏକ ସୂତ୍ରେ ବନ୍ଧା ହେଉ
ପରସ୍ପର ମଧ୍ୟେ ସଦଭାବନା ନେଇ
ଶାନ୍ତି ପରିବାର ହେଉ ll
ଦୟା କ୍ଷମା ଶାନ୍ତି ପ୍ରେମର ମୂରତି
ଥିଲେ ପ୍ରଭୁ ଯୀଶୁ ଖ୍ରୀଷ୍ଟ
ମିଥ୍ୟା ଆରୋପରେ କୁଶ ବିଦ୍ଧ ହେଲେ
ହିଂସା ଦ୍ୱେଷ ହେଲା ରିଷ୍ଟ ll
ତଥାପି ସୂଚନା ନ ଥିଲା ମନରେ
ଡାକିଥିଲେ ବିଧାତାଙ୍କୁ
କ୍ଷମା କରି ଦିଅ ଅଜ୍ଞାନ ମାନବ
ଭୁଲ ଥିଲେ ମଧ୍ୟ ତାଙ୍କୁ ll
ହେ ଈଶ୍ୱର ପୁତ୍ର ଫେରି ଆସ ତୁମେ
ଧାରା ପୃଷ୍ଠେ ଆଉ ଥରେ
ଶାନ୍ତି ମୈତ୍ରୀ ପ୍ରୀତି ପ୍ରେମର ବାରତା
କହି ଦିଅ ପୁଣି ଥରେ ll
ତୁମ ବାର୍ତ୍ତା ଶୁଣି ଭେଦ ଭାବ ଭୁଲି
ମନବ ଜାଗ୍ରତ ହେଉ
ଆଗାମୀ ପିଢ଼ିର ଭବିଷ୍ୟତ ପାଇଁ
ଆମ ଦେଶ ସୁସ୍ଥ ରହୁ ll
+++++++++++
ବାସନ୍ତୀ ଲତା ଜେନା
ଶିକ୍ଷୟିତ୍ରୀ
ଗାନ୍ଧୀ ନଗର
ନବରଙ୍ଗପୁର
ପିନ କୋଡ଼ :764059
Mo: 8658655979
Whatsapp no :9437432921

:


HTML tutorial

ବଣମଲ୍ଲୀର ମହକ ହେଉଛି ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର ଯାହା ସମଗ୍ର ବିଶ୍ଵର ଓଡିଆ ଲେଖକ ଓ ପାଠକ ମାନଙ୍କୁ ଏକ ଭର୍ଚୁଆଲ ସମ୍ପ୍ରଦାୟରେ ଏକତ୍ରିତ କରିଥାଏ ।

ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ