ସାରା ଜଗତକୁ ଜିଣେ ଛୋଟ ଏକ କଲମ – କୌଶିକ କୁମାର ହୋତା

ଲେଖକ ପରିଚୟ

+ ଏହି ଲେଖକଙ୍କର ଅନ୍ୟ ଲେଖା ପଢିବାକୁ [ଏଠାରେ କ୍ଲିକ କରନ୍ତୁ]

ମହୁଠାରୁ ମିଠା କଥା ମନ ଦିଏ ହରଷି, 

କୁନି ମୁହେଁ ମିଠା କଥା ଖୁସି ଦିଏ ବରଷି l
ନିମ ଭଳି ପିତା ପୁଣି ଦେହ ହିତ କରଇ,
ଲେମ୍ବୁ ଭଳି ଖଟା ପୁଣି ମୁଖେ ରୁଚି ଭରଇ l
ଚିମୁଟାଏ ଲୁଣ ଆଣେ ତିଅଣର ସୁଆଦ,
ଛୋଟ ଧୂପ କାଠିଟିଏ ଭରିଦିଏ ସୁଗନ୍ଧ l
ଛୋଟ ଦୀପଶିଖା ନାଶେ ଘନଘଟା ଅନ୍ଧାର,
ଛୋଟ ସାପ ଦେହେ ପୁଣି ଭରିଥାଏ ଜହର l
ସାରା ଜଗତକୁ ଜିଣେ ଛୋଟ ଏକ କଲମ,
ବଡ଼ କ୍ଷତ ଭଲ କରେ ଛୋଟ ଏକ ମଲମ l
ରୂପ ସିନା ଛୋଟ ତାର ଗୁଣ ଅଟେ ଅଶେଷ,
ଭାବିବାନି ଛୋଟ ତାକୁ ଭରା ଗୁଣ ବିଶେଷ l

Writer’s Details: କୌଶିକ କୁମାର ହୋତା, ନବମ ଶ୍ରେଣୀ,
କେରଳା ପବ୍ଲିକ ସ୍କୁଲ, ରାଇରଙ୍ଗପୁର, ମୟୁରଭଞ୍ଜ l
Content Category:
Submission Date: May 24, 2019

Leave a Reply

Your email address will not be published. Required fields are marked *