ଅସମ୍ପୂର୍ଣ୍ଣ ଶେଷ ମୂହୁର୍ତ୍ତ – ସିଦ୍ଧେଶ୍ଵର ତ୍ରିପାଠୀ

ଲେଖକ ପରିଚୟ

+ ଏହି ଲେଖକଙ୍କର ଅନ୍ୟ ଲେଖା ପଢିବାକୁ [ଏଠାରେ କ୍ଲିକ କରନ୍ତୁ]

ମୋ ପ୍ରେମ ଡଙ୍ଗାକୁ ଭସେଇ ଥିଲିମୁଁ

ଆଶା ବୈତରଣୀ ଧାରେ
ପାଇଥିଲି ସେଇ ଛୋଟିଆ ଆହୁଲା
ତୁମ ପ୍ରତିଶ୍ରୁତି ଥରେ ।

ସହି ଯାଇଥିଲି ସମୟ ଚକର
ଯେତେ ସବୁ ଝଡ ଝଞ୍ଜା
ଭାବିଥିଲି ମନେ ତୁମରି ସାଥୀରେ
ମୋ ଜୀବନ ହେବ ଖଞ୍ଜା ।

ତୁମପାଶେ ଯିବା ତୁମକୁ ପାଇବା
ରହିଗଲା ସପନରେ
ମୋ ପ୍ରେମ ଡଙ୍ଗାକୁ ଭସେଇ ଥିଲିମୁଁ
ଆଶା ବୈତରଣୀ ଧାରେ ।

ହଜାଇଲ ତୁମେ ପ୍ରୀତିର ଆହୁଲା
ହଜିଲା ବିଶ୍ୱାସ କାତ
ତୁମେ ଚାଲିଗଲ ନୂଆ ନଉକାରେ
ଛାଡ଼ିଦେଇ ମୋର ହାତ ।

ଗଭୀର ଜଳର ଦୁଃଖ ଭଉଁରୀ ରେ
ପଡିମୁଁ ତୁମକୁ ଝୁରେ
ମୋ ପ୍ରେମ ନଉକା ଭସେଇ ଥିଲିମୁଁ
ଆଶା ବୈତରଣୀ ଧାରେ ।

Writer’s Details: ସିଦ୍ଧେଶ୍ବର ତ୍ରିପାଠୀ
Content Category:
Submission Date: May 27, 2019

Leave a Reply

Your email address will not be published. Required fields are marked *