ଫୋନି ତୁମେ ଯିବା ପରେ – ବଳରାମ ତରାଇ
ଘର ଆଜି ମୋର ଲାଗେ ଖାଲି ଖାଲି
ଅଗଣା ମୋର ଖାଲି
ଅଗଣା ମୋର ଖାଲି
ଶିକ୍ଷା ଦେଇଗଲ ଓଡ଼ିଶା ବାସୀଙ୍କୁ
କେହି ପାରିବେନି ଭୁଲି।
ମହଲ ମହଲରେ ସବୁ ଖାଲି ଖାଲି
ବହୁମୂଲ୍ୟ ଗଲା ଚାଲି
ଗାଁରେ ଗାଁରେ କିଛି ନାହିଁ ଆଉ
ଗାଁରେ ଗାଁରେ କିଛି ନାହିଁ ଆଉ
ନକହି ଆସିଛ ଚାଲି ।
ଶୁନ ଶାନ ଆଜି ମହଲ ସାରା
ପଶୁ ପକ୍ଷୀ ଗଲେ ଚାଲି
କେତେ କିଏ ମଲେ କେତେ ଗଲେ
ସହର ସାରା ଖାଲି ।
ରିଲିଫ ସାମଗ୍ରୀ ବଣ୍ଟନ ଚାଲିଛି ଖାଲି
ଇତିହାସ ହୋଇ ରହିଗଲା
ରିଲିଫ ବଣ୍ଟନ ଦୁର୍ନୀତି ଛାଲିଛି ଖାଲି
ଛଟପଟ ହେଇ ମୁଁ ମଲି।
ସମାଧାନ କରି ନିଜର କମ ଆଦରି
କେହି ପାରିବେନି ଭୁଲି
ସଭିଙ୍କ ମନରେ ଦୁଃଖ ଭରି ଦେଇ
ନିଜେ ଗଲ ତୁମେ ଚାଲି।
ବଳରାମ ତରାଇ, ଖୋର୍ଦ୍ଧା ଜିଲ୍ଲା
9937014646
