କରୋନା ସଙ୍କଟ – ସଦାନନ୍ଦ ସାହୁ

ଲେଖକ ପରିଚୟ

ସଦାନନ୍ଦ ସାହୁ
ଧୁରୁଷିଆ, ଆଠଗଡ଼, କଟକ | ସଦ୍ୟ ପୋଷ୍ଟ

ଅନ୍ୟ ଲେଖାଗୁଡ଼ିକ ପଢନ୍ତୁ

ସଙ୍କଟ ଉତ୍କଟ ପରିସ୍ଥିତି ଏତ
ବିଦେଶୀ ରୋଗର ଭୟ ,
ଏମିତିକା ରୋଗ ଭୁତାଣୁ ଜନିତ
ଜୀବନ ନାସିବା ଲୟ ॥

କରୋନା ଭୁତାଣୁ କରିଦେଲା ସ୍ଥାଣୁ
ସବୁତ ବଦଳି ଗଲା ,
ସହର ବଜାର ହେଲା ଜନଶୂନ୍ୟ
ସବୁଠି ଝୁଲିଲା ତାଲା ॥

ମଣିଷ ଶରୀର କରୋନାର ଲୋଭ
ଆହକି ବିଚିତ୍ର କଥା ,
ପ୍ରାଣଘାତି ରୋଗ ଭୁତାଣୁ ବାହକ
ଦିଅଇ କଷଣ ବ୍ୟଥା ॥

ନାହିଁ ପୂର୍ବଗାଥା ଜାତକ ପଞ୍ଜିକା
ରୋଗଟି ସଂପୁର୍ଣ୍ଣ ନୂଆ ,
ଭେଷଜଶାସ୍ତ୍ର’ରେ କରୋନା ନାମ ରେ
ଭୁତାଣୁର ନାହିଁ ନାଁଆ ॥

ବିଜ୍ଞ ବୈଜ୍ଞାନିକ ଗବେଷଣା ରତ
ଭୁତାଣୁ ନାସିବା ପାଇଁ ,
ବିତ୍ତଶାଳି ରାଷ୍ଟ୍ର ଅସହାୟ ମାତ୍ର
ମହୌଷଧୀ କିଛି ନାଇଁ ॥

ଉତ୍ପତ୍ତି ହୋଇଛି ଚାଇନାରୁ ବୋଲି
ଜଗତେ ପଡିଛି ହୁରି ,
ପ୍ରାୟୋଜିତ ବୋଲି ସରବେ ବୋଲନ୍ତି
ମୃତ୍ଯୁ ଡାକେ ହାତ ଠାରି ॥

ବିଶ୍ଵ କବଳିତ ସର୍ବେ ବିଚଳିତ
କରୋନାର ପାଦୁର୍ଭାବେ ,
କେତେଯେ ଜୀବନ ହେଲା ଦୁର୍ବିସହ
ଭୁତାଣୁ ଆତଙ୍କ ରବେ ॥

ମଣିଷକୁ ଲୋପ କରୋନା କରିବ
ନୁହଁଏ ପ୍ରଯୁଜ୍ୟ କଥା ,
କରୋନା ହାରିବ ମଣିଷ ଜିତିବ
ରହିବ ଅମର ଗାଥା ॥

ପ୍ରତିକାର ପାଇଁ ଜାଗିଉଠ ଚେଇଁ
ଆହେ’ ପ୍ରିୟ ବିଶ୍ଵବାସୀ ,
ହସ୍ତ ପ୍ରଖ୍ୟାଳନ କର ବାରବାର
ନାସା ମୁଖ ରଖ ଢାଙ୍କି ॥

ଗହଳି ସ୍ଥାନକୁ ବାରଣ ସଭିଁଙ୍କୁ
ଅଯଥାରେ ଯାଅ ନାହିଁ ,
ସରକାରୀ ବାର୍ତ୍ତା ଆଦେଶ ମାନିବା
ରୋଗରୁ ବର୍ତ୍ତିବା କହି ॥

ପ୍ରତିଷେଧକ ଟିକା ଆସିବ ସହସା
ଧର୍ଯ୍ୟହରା ହୁଅ ନାହିଁ ,
ଭାରତ ଗୌରବ ଅରଜିବ ସତ୍ୟ
ଦେଶାନ୍ତର ଯିବବହି ॥

ଲକ ଡାଉନକୁ ମାନି ଚାଲିବାକୁ
ଭୁଲିତ ଯିବାନି କେହି ,
ଘରର ଦରଜା କରିବାନି ମେଲା
ଅବାଧ ପ୍ରବେଶ ନାହିଁ ॥

ଓଡ଼ିଶା ପ୍ରଦେଶ ଜଗନ୍ନାଥ ଦେଶ
କରୋନାରେ ପ୍ରପୀଡ଼ିତ ,
ମହାମାରୀ ରୂପ ହୋଇନି ଉତ୍କଟ
ପ୍ରଭୁ କୃପାଭିକ୍ଷା ସତ ॥

ପବିତ୍ର ମାଟିର ନିଆରା ମହକ
ସ୍ଵୟଂ ସୃଷ୍ଟିକର୍ତ୍ତା ପୀଠ ,
କରୋନା ଭୁତାଣୁ ନାଶ କାରିବାକୁ
ଜଗନ୍ନାଥ ପ୍ରଭୁ ଶ୍ରେଷ୍ଠ ॥
___________________________________
ସଦାନନ୍ଦ ସାହୁ , କାରା କର୍ମଚାରୀ
ଉପ କାରାଗାର , ଯାଜପୁର


HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ