ଦରିଦ୍ର ବ୍ରାହ୍ମଣଙ୍କ ପ୍ରଶ୍ନର କି ଉତ୍ତର ଦେଲେ ରାଜା

ଲେଖକ ପରିଚୟ

Blog | + ଏହି ଲେଖକଙ୍କର ଅନ୍ୟ ଲେଖା ପଢିବାକୁ [ଏଠାରେ କ୍ଲିକ କରନ୍ତୁ]

ଆସ କିଛି ଜାଣିବା……୧୮୧

ଦରିଦ୍ର ବ୍ରାହ୍ମଣଙ୍କ ପ୍ରଶ୍ନର କି ଉତ୍ତର ଦେଲେ ରାଜା

ଜଣେ ଅତ୍ୟନ୍ତ ଗୁଣୀ ରାଜା ଥିଲେ । ରାଜା ହୋଇଥିବା ସତ୍ତ୍ବେ ସେ ସାଧାରଣ ଲୋକ ଭଳି ଚଳୁଥିଲେ । ଥରେ ଜଣେ ଦରିଦ୍ର ବ୍ରାହ୍ମଣ ରାଜାଙ୍କୁ ପ୍ରଶ୍ନ କଲେ-ଆପଣଙ୍କ ପାଖରେ ସବୁ ଥାଇ ବି ଆପଣ କାହିଁକି ଦରିଦ୍ରଙ୍କ ଭଳି ଚଳୁଛନ୍ତି ? ଦାରିଦ୍ର୍ୟରେ ପୁଣି ଏମିତି କି ରସ ଅଛି ? ରାଜା କହିଲେ-ଆପଣ ଅତ୍ଯନ୍ତ ଦରିଦ୍ର । ତେଣୁ ମୁଁ ଆପଣଙ୍କ ଦୁଃଖ ବୁଝିପାରୁଛି । ତେଣୁ ମୁଁ ଆପଣଙ୍କୁ ଆଉ ଦୁଃଖୀ ଭାବେ ଦେଖିବାକୁ ଚାହୁଁନାହିଁ । ସୁତରାଂ ମୁଁ ଆପଣଙ୍କୁ ଦଶ ମହଣ ସୁନା ଦାନ ଭାବେ ଦେଉଛି । କିନ୍ତୁ ଗୋଟିଏ ସର୍ତ୍ତରେ । ଆପଣ ସବୁ ସୁନାକୁ ନିଜେ ବୋହି ବୋହି ଘରକୁ ନେବେ । କାହାର ସାହାଯ୍ୟ ନେବେ ନାହିଁ କି ବାଟରେ ତଳେ ଥୋଇ ବିଶ୍ରାମ ନେବେ ନାହିଁ । ଏହା ଶୁଣି ବ୍ରାହ୍ମଣ ପ୍ରଥମେ ଆନନ୍ଦରେ ଅଧୀର ହୋଇଗଲେ । ସେ ଭାବିଲେ ଦଶ ମହଣ ସୁନା କୌଣସି ମତେ ବୋହି ନେଲେ ଦଶ ପୁରୁଷ ଯାଏ ତାଙ୍କର ଦାରିଦ୍ର୍ୟ ଦୂର ହୋଇଯିବ ।
କିନ୍ତୁ ବାସ୍ତବରେ ତାକୁ ବୋହି ଘରକୁ ନେବା ବେଳେ ମାତ୍ର କେଇ ପାଦ ପରେ ତାଙ୍କର ହଂସା ଉଡିଗଲା । ତାଙ୍କୁ ଲାଗିଲା ଯେ ଶ୍ବାସରୁଦ୍ଧ ହୋଇ ସେ ମରିଯିବେ । ସେ ଭାବିଲେ-ପ୍ରଥମେ ମଣିଷ ବଞ୍ଚୁ । ତା’ ପରେ ସୁନା
ଏବେ ରାଜା କହିଲେ-ଆପଣ ଯେମିତି ସୁନାର ଓଜନ ସମ୍ଭାଳି ପାରିଲେ ନାହିଁ ଓ ତାକୁ ତଳେ ଥୋଇ ସ୍ବସ୍ତିରେ ନିଃଶ୍ବାସ ମାରିଲେ, ସେମିତି ମୁଁ ମୋ ଐଶ୍ୱର୍ଯ୍ୟର ବୋଝକୁ ବୋହି ପାରୁନାହିଁ ବୋଲି ଦାରିଦ୍ର୍ୟ ବରଣ କରିନେଇଛି ।

ସଂଗ୍ରହକାରୀ-ନରେନ୍ଦ୍ର ପ୍ରସାଦ ବେହେରା, ଆଳଦା, ଖଇରା,ବାଲେଶ୍ଵର, ମୋ-୯୮୫୩୧୪୨୫୧୦

Leave a Reply

Your email address will not be published. Required fields are marked *