ତୁମ ବିନା ରାତି
ତୁମ କଥା ମନେପଡ଼ିଗଲେ
ରାତି ଟା ଲାଗେ ନିଦୁଆ..
କିନ୍ତୁ ମୁଁ ଯେ ଅନିଦ୍ରା,
ମନ ଯେ ପାଗଳପଣ ର ଶିକାର
ଖେଳଇ ଖିଆଲି ମନ ମୋ ସହ
ଆଉ ଲୁଚ଼ୁଥାଏ ମୋ ଭାବନା ମଧ୍ଯ ରେ।୧।
ଉହ୍ମେଇ କନ୍ଯା ତୁମେ
ମନ କେତେ କ’ଣ ଲେଖିଯାଏ
ଆପେ ହସ ଆସେ ଓଠରେ,
ନିଆଁ ରେ କୁହୁଳା ମନଟା
ଭରେ ଧୂଆଁ ର ତରଙ୍ଗ ସହ
ଆଉ ତା’ ସହ ପ୍ରବଳ ଗରମ।୨।
ଝିମଝିମ ଦେହ ରୁ ଝାଳ ସବୁ
ତୁମକୁ ମନେ ପକାନ୍ତି ଅବେଳ ରେ
ଆଉ କାନ୍ଦନ୍ତି ଭୋ ଭୋ ହୋଇ,
ଯେମିତି ଅପେକ୍ଷା କରିଥା’ନ୍ତି
ଗୋଟିଏ ଅଲିଭା ରାତି ର
ଅବଶୋଷ କୁ ମେଣ୍ଟାଇବା ପାଇଁ।୩।

ପଢିବାକୁ ଭୁଲନ୍ତୁ ନାହିଁ
ବିଛଣା ରେ ଏପଟ ସେପଟ
ଆଉ ସକାଳ ର ସଙ୍କେତ ଦେଇ
ପ୍ରଥମେ କାଉ ଡ଼ାକେ କର୍କଶ ସ୍ବର ରେ,
ଆଉ ଲାଗେ ଯେମିତି
କୋଇଲି ଟେ ଡ଼ାକୁଛି ମୋତେ
ମନ ମରିଯାଏ
ପାହାନ୍ତିଆ ନିଦ ଲାଗିଯାଇଥାଏ।୪।
