ଆଳସ୍ଯ ର ବୋଝ
କେଜାଣି କ’ଣ ହେଲା
କିଛି ବୁଝିହେଉନଥିଲା,
ଆଉ ଆଳସ୍ଯ ର ବୋଝମାନେ
ଲଦିହେଉଥିଲେ ମୋ ଉପରେ।୧।
ବୋଧହୁଏ ଖୋଜୁଥିଲେ ତୁମକୁ
ତୁମ ମଧୁର ଛୁଆଁ କୁ,
ଆଉ ପୁଣି ଉଭେଇଯା’ନ୍ତି
ସୂର୍ଯ୍ଯ ଅସ୍ତ ହେଲା ପରେ।୨।
କିନ୍ତୁ ମନର ଆଳସ୍ଯ ଯେ
ବଢ଼ୁଥାଏ ତୁମ ଛୁଆଁ ରେ,
ଖିଆଲି ମନଟା ଭାରି ଦୁଷ୍ଟ ହୁଏ
ତୁମ କୋମଳ ଗୋରାହାତ ର. ପ୍ରେମ ରେ।୩।
ମନ ଆଳସ୍ଯ ର ବୋଝ ମିଶେ
ଦୁହିଁଙ୍କ ମଧ୍ଯରେ ସେତେବେଳେ,
ଯେତେବେଳେ ଦୁହେଁ ହେଉ
ପରସ୍ପର ଙ୍କ ପ୍ରତି ନିକଟ ରୁ ନିକଟତର।୪।
