ନିରାପତ୍ତା

ଲେଖକ ପରିଚୟ

ନାରାୟଣ ଚନ୍ଦ୍ର ସେନାପତି
ଜମ୍ଭରା, କେନ୍ଦୁଝର | ସଦ୍ୟ ପୋଷ୍ଟ

ଅନ୍ୟ ଲେଖାଗୁଡ଼ିକ ପଢନ୍ତୁ

???????? *ନିରାପତ୍ତା*????????
****************
ଜଳର ମୁକୁତା ବାୟୁର ସ୍ପନ୍ଦନ
ଆକାଶର ତୋଫା ଜହ୍ନ
ସବୁଠୁ ସୁନ୍ଦର ଏ ବିଶ୍ୱଜଗତେ
ଦୁର୍ଲଭ ମଣିଷ ଜନ୍ମ ।

କୋଟିଏ ଜନମି ଗୋଟିଏ ବଞ୍ଚିଲେ
ଯେବେ ସେ ହୁଏ ରୋଗୀଣା
ଅସୁରକ୍ଷିତଙ୍କ ବେଳାଭୂମି ହୋଇ
ସମାଜ ହେବ ଖେଳଣା ।

ପରିବାର ଶ୍ରେଷ୍ଠ ଧନ ସେଇ ଶିଶୁ
ରାଷ୍ଟ୍ର ଜାତିର ସମ୍ପତ୍ତି
ବୃଦ୍ଧି ବିକାଶର ତୀର୍ଥ କରିବାକୁ
ମାଗେ ନିରାପତ୍ତା ନିତି ।

ବଞ୍ଚେଇ ବଢ଼େଇ ସତେଜ ରଖିଲେ
ରହିବ ସୃଷ୍ଟିର ସତ୍ତା
ଗୋଟିଏ ତନ୍ତ୍ର ସେ ଗୋଟିଏ ମନ୍ତ୍ର ସେ
ନାଁ ତାର ନିରାପତ୍ତା ।

ପ୍ରତିବନ୍ଧକର ଗ୍ରହମାନେ ଯେବେ
ଘୁରନ୍ତି ସ୍ବପ୍ନକୁ ଘେରି
ଦୁଃସାହସ ଆସି ନିରାପତ୍ତା ଦିଏ
ସଭିଙ୍କ ବକ୍ଷ ବିଦାରି ।

ଗର୍ଭବତୀ ମାଆ ପାଇଲେ ବିଶ୍ରାମ
ସୁଖାଦ୍ୟ ସୁଯତ୍ନ ସେବା
ଆଗାମୀ ଭବିଷ୍ୟ କୋଳେ ଭେଟି ଦେଇ
ଟେକିବ ସଭିଙ୍କ ଗ୍ରୀବା ।

ପରିବାର ଯେବେ ଦିଏ ନିରାପତ୍ତା
ଶିଶୁ ହୁଏ ଦିବ୍ୟ ଦର୍ଶୀ
ବିଦ୍ୟାଳୟ ନିରାପତ୍ତା ଯୋଜନାରେ
ସେ ହେବ ଶୁଭ୍ର ଯଶସ୍ୱୀ ।

ସରକାରଙ୍କର ଶିଶୁ ସେବା ପାଇଁ
ସୁରକ୍ଷାର ଅଧିକାର
ପରିପକ୍ୱ କରି ଜ୍ଞାନରେ ବୁଦ୍ଧିରେ
ଭରିବ କେତେ ସଂସ୍କାର ।

ରାସ୍ତାର ନିୟମ ଜୀବନ ବଞ୍ଚାଇ
ଦେବ ଯେବେ ନିରାପତ୍ତା
ସଭା ସମିତି କି ଉତ୍ସଵ ହାଟରେ
ଶୃଙ୍ଖଳା ସାଜିବ ନେତା ।

ଦୁଃଖିଙ୍କ ଆଖିରୁ ପୋଛିବ ସେ ଲୁହ
ଦାନା କନା ପଥି ଦେଇ
ସରକାର ଯେବେ ଏ ପ୍ରେମ ବାଣ୍ଟିବେ
ସେ ନାଚିବ ଧାଇଁ ଧାଇଁ ।

ରୋଗ ହେଲେ ଯେବେ ଔଷଧ ଖୁଆଇ
କରିବ ଶୁଦ୍ଧ ଚିକିତ୍ସା
ନ ଆସୁ ଏ ବ୍ୟାଧି ପ୍ରତିଷେଧକରେ
ପାଳିବ ଯେହ୍ନେ ତା ବତ୍ସା ।

ବିପର୍ଯ୍ୟୟେ ପୂର୍ବ ସୂଚନା ଶୁଣାଇ
ସଭିଙ୍କୁ ବାଣ୍ଟିବ ଦାନା
ଶିଶୁ ଶ୍ରମିକଙ୍କ ହୃଦୟ କାଗଜେ
ଲେଖିବ ସୁଖ ରଚନା ।

ନାରୀଙ୍କୁ ସମ୍ମାନେ ବନ୍ଦିବା ପାଇଁ ସେ
ଗଢି ସୁରକ୍ଷା ଆଇନ
ବ୍ୟଭିଚାରୀ ଆଉ ଅସଭ୍ୟଙ୍କ ଶିରେ
ପିନ୍ଧାଇବ ଫାଶୀ ମଣି ।

ଶିଶୁ ହେଉ ବୃଦ୍ଧ ଝିଅ କିବା ପୁଅ
ସଭିଏଁ ଆମ ଦେବତା
ସପନର ରାମ ରାଜ୍ୟ ପାଇଁ ନିଶ୍ଚେ
ଭେଟି ଦେବା ନିରାପତ୍ତା ।

✍???? *ନାରାୟଣ ଚନ୍ଦ୍ର ସେନାପତି, ଜମ୍ଭରା,କେନ୍ଦୁଝର*✍????


HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ