ମା

ଲେଖକ ପରିଚୟ

+ ଏହି ଲେଖକଙ୍କର ଅନ୍ୟ ଲେଖା ପଢିବାକୁ [ଏଠାରେ କ୍ଲିକ କରନ୍ତୁ]

ଯା ପଣତ କାନି
ଅଛି ମୋ ମଥାରେ
ସୁରକ୍ଷା ବଳୟ ହୋଇ l
ଯାର ଏଇ ଗାଳି
ଦେଖାଏ ଯେ ବାଟ
ମୋତେ ତ ଚାଲିବା ପାଇଁ ll
ଯାର ଏଇ ହାତ
ମସ୍ତକେ ମୋ ଥିଲେ
ଲୋଡ଼ା ନାହିଁ ଆଉ କିଛି l
ସେ ହାତରୁ ସଦା
ବରଷୁ ବରଷା
ହୋଇ ଆଶୀର୍ବାଦ ରାଶି ll
ଯା ସ୍ନେହ ଡୋରିରେ
ସାରା ପରିବାର
ହୋଇଥାନ୍ତି ଏକତ୍ରିତ l
ତା କୋମଳ ସ୍ପର୍ଶେ
ସାରା ପରିବାରେ
ଫୁଟି ଉଠୁଥାଇ ହସ ll
ସେ ମାଆଙ୍କୁ ମୋର
କୋଟି ନମସ୍କାର
ମୁଁ ତାର ଦୁଷ୍ଟ ପୁଅ l
କେବେ ସେ କହିନି
ଦୁଃଖି ବୋଲି ସିଏ
ଝରାଇ ଅନେକ ଲୁହ ll
ନିଜେ ଦୁଃଖିତ ଥାଇ
ଖୁସି ବାଣ୍ଟୁ ଥାଏ
ସ୍ନେହ ତାର ଯେ ଅମାପ l
ଭୁଲି କେ ପରିବା
ସେଇ ସ୍ନେହ ତାର
ଅଟେ ଅମୃତ ସମାନ ll

Leave a Reply

Your email address will not be published. Required fields are marked *