ଅରୁକ୍ଷ କାବ୍ୟ ରୁ “ଠ” ଚମ୍ପୁ – ହେମନ୍ତ କୁମାର ବରାଇ

ଲେଖକ ପରିଚୟ

+ ଏହି ଲେଖକଙ୍କର ଅନ୍ୟ ଲେଖା ପଢିବାକୁ [ଏଠାରେ କ୍ଲିକ କରନ୍ତୁ]

ରାଗ – ତୋଡି ଦେଶାକ୍ଷ (ଆଠ ତାଳି)

ଠଉରାଇ ପ୍ରଜାପତି       ଜଳୁ ମଞୁଷା ଝଟତି
        ଅଣାଇ କଲେକ ଯାହା ଉଚିତ ରେ ।।
ଠୋ କରିଣ ମୁଦ ଭାଙ୍ଗି   ସରସ ହରଷ ଦେଖି
        ଅଙ୍ଗ ଅଙ୍ଗହୀନ-ନାଶନ ସୁତ ରେ ||
ଠକାର ମୁଖ ମଣ୍ଡଳ      ପ୍ରକାଶି ରୁଚି ସକଳ
       ବଢିଲା ଦେହ ହୋଇ ବଳବନ୍ତ ରେ ||
ଠାର ବୁଝିବା ଜଟିଳ      ନବଘନ ବାୟୁବଳ
       ପାଇ ବଢଇ ସତ୍ୱର ଯେମନ୍ତ୍ ରେ ||
ଠୁଳରୂପ ଶୁଭଙ୍କର       ହେବାକୁ ରୁଦ୍ର କୁମର
       ଶରୀର ବଢିଲା ତ ସମୁଚିତ ରେ ||

Leave a Reply

Your email address will not be published. Required fields are marked *