ଅସଲ ଶତ୍ରୁ କିଏ ? ଆସନ୍ତୁ ଜାଣିବା

ଲେଖକ ପରିଚୟ

ନରେନ୍ଦ୍ର ପ୍ରସାଦ ବେହେରା
ଆଳଦା, ଖଇରା, ବାଲେଶ୍ଵର | ସଦ୍ୟ ପୋଷ୍ଟ

ଅନ୍ୟ ଲେଖାଗୁଡ଼ିକ ପଢନ୍ତୁ

ଆସ କିଛି ଜାଣିବା……..୧୮୨

ଅସଲ ଶତ୍ରୁ କିଏ ? ଆସନ୍ତୁ ଜାଣିବା

ଥରେ ଶିକ୍ଷକ ପିଲାମାନଙ୍କୁ କହିଲେ ମୋ ଠାରୁ କଥାଟିଏ ଶୁଣ ।
କଥାଟି ହେଲା- ଗୋଟିଏ ଗାଈ ତାର ଛୋଟ ବାଛୁରୀକୁ ନେଇ ଯାଉଥିଲା । ହଠାତ୍ ବାଛୁରୀ ତାର ମାଆକୁ କହିଲା, ମାଆ ଦେଖ କେମିତି ସୁନ୍ଦର ଦେଖା ଯାଉଛି ଖେତଟି । ତା ସହିତ ଫସଲ କେମିତି ଛନଛନିଆ ହୋଇଛି । ଖାଇବାକୁ ମୋର ଭାରି ଇଚ୍ଛା ହେଉଛି ମାଆ । ଗାଈ କହିଲା- ସେଥିରୁ ଟିକିଏ ହେଲେ ଖାଇବା ଲାଗି ଆମକୁ ଅନୁମତି ନାହିଁ । ହେଇ ଦେଖ, ଏପଟକୁ ଅନା । ଏ ଯେଉଁ ବଡ଼ ଘାସପଡିଆ ଦେଖୁଛୁ ତହିଁରେ ଯେତେ ଚରିଲେ ବି କ୍ଷତି ନାହିଁ ।
କିନ୍ତୁ ବାଛୁରୀ କହିଲା-ମାଆ, ଶୁଖିଲା ଓ ଟାଆଁସା ଘାସରେ କି ଲାଭ ? ଏ ଯେଉଁ ଛନଛନିଆ ଫସଲ ହୋଇଛି ତାହା ସିନା ମଜାଦାର ।
ଗାଈ ଏଥିରେ ରାଗିଯାଇ କହିଲା- ଏବେ ମୁଁ ଚାଲିଲି । ତୁ ଯଦି ସେ ଖେତରେ ପଶିବୁ ପଶ । ସନ୍ଧ୍ୟା ହେବାକୁ ବସିଲାଣି । ପାଖ ଜଙ୍ଗଲରୁ ଗଧିଆ ଦଳ ଆସିଲେ ମୋତେ ଖୋଜିବୁ ନାହିଁ । ଏହା କହି ଗାଈ ତରତର ହୋଇ ଆଗକୁ ଚାଲିଲା । ବାଛୁରୀ କିଛି ଉପାୟ ନ ପାଇ ବିଲକୁ ଚାହିଁ ଚାହିଁ ମାଆ ପଛରେ ବାଧ୍ୟ ହୋଇ ଦୌଡିଲା ।
କଥାଟି ଏତିକି । ଏବେ କୁହ ତୁମର ଅସଲ ଶତ୍ରୁ କିଏ ? ପିଲାଏ ଚୁପ୍ ରହିଲେ । ଗୁରୁଜୀ କହିଲେ-ଆରେ ଟିକିଏ ମୁଣ୍ଡ ଖର୍ଚ୍ଚ କଲେ ବୁଝି ପାରିଥାଆନ୍ତ । ଆଚ୍ଛା , ବାଛୁରୀ ଲାଗି ଛନଛନିଆ ଖେତର ଲୋଭ କେଉଁଠି ସୃଷ୍ଟି ହେଲା ? ଲୋଭ ସୃଷ୍ଟି ହେଲା ତା ମନ ଭିତରେ । ସେଇ ଲୋଭ ତାକୁ ଦିନେ ହଇରାଣରେ ପକାଇଥାଆନ୍ତା । ତା ମାନେ ବାଛୁରୀର ଅସଲ ଶତ୍ରୁ ଥିଲା ତାର ମନ ଅର୍ଥାତ୍ ସେ ନିଜେ । ତାହେଲେ ଆମ ସମସ୍ତଙ୍କର ଅସଲ ଶତ୍ରୁ ଆମେ ନିଜେ । ନିଜକୁ ନ ଜଗିଲେ ଆମେ ହଇରାଣ ହେବା ।

ସଂଗ୍ରହକାରୀ-ନରେନ୍ଦ୍ର ପ୍ରସାଦ ବେହେରା, ଆଳଦା, ଖଇରା,ବାଲେଶ୍ଵର, ମୋ-୯୮୫୩୧୪୨୫୧୦


HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ