ଏ ବର୍ଷ ହୋଲି ରେ

ଲେଖକ ପରିଚୟ

ରୁଦ୍ର ନାରାୟଣ ଦାଶ
ଅନାମ କଲୋନୀ, ପ୍ଲଟ- ୧୧୯୬, ଭୁବନେଶ୍ୱର | ସଦ୍ୟ ପୋଷ୍ଟ

ଅନ୍ୟ ଲେଖାଗୁଡ଼ିକ ପଢନ୍ତୁ

ସକାଳୁ ସକାଳୁ ନିଦ ନ ଭାଙ୍ଗଣୁ
ଠିଆହେଲୁ ଆସି ଦ୍ବାରେ,
ବାହାର କବାଟ. ଠକ୍ ଠକ୍ କରି
ନିଦ ମୋ ଭାଙ୍ଗିଲୁ ଧିରେ।୧।
ନିଦୁଆ ନିଦୁଆ ମନ ଟା ମୋହର
ବିରକ୍ତ ପ୍ରକାଶ କଲା,
ଏତେ ସକାଳ ରୁ ତତେ ଦେଖି ମୋର
ମନ ପ୍ରଫୁଲ୍ଲ ହୋଇଲା।୨।
ଅଧୁଆ ମୁହଁ ରେ ବୋଳିଦେଲୁ ଫଗୁ
ହଳଦିଆ, ନାଲି, ନୀଳ,
ଅଘଷା ପାଟି ରେ ଖୁଆଇ ତୁ ଦେଲୁ
ରସଗୋଲା ଆଉ ଫଳ।୩।
ପିଚ଼ିକାରୀ ମାରି ଦୁହେଁ ଦୁହିଁଙ୍କୁ ତ
ଅଭିନନ୍ଦନ ଯେ ଦେଲେ,
ସ୍ନାନ ସାରି ପୁଣି ଏକ ସାଥେ ମିଶି
ଶିବ ମନ୍ଦିର କୁ ଗଲେ।୪।
ଆଜି ପରି ଏହି ପୂଣ୍ଯତିଥି ରେ ମୁଁ
ଭରିଲି ତୋହର ମଥା,
ନବଜୀବନ କୁ ଆରମ୍ଭ କରିଲେ
ଆଶୀର୍ବାଦ ଦେଲେ ସ୍ରଷ୍ଟା।୫।
ଏ ବରଷ ହୋଲି ଭରିଛି ରଙ୍ଗୋଲି
ମୋ ମନ ଓ ଦେହ ସାରା,
ଦେଲୁ ତୁହି ପ୍ରିୟା ହୋଲି ର ରାତିରେ
ଉପହାର ଫୁଲତୋଡ଼ା।୬।


HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ