ପ୍ରତୀକ୍ଷିତ ମନ

ଲେଖକ ପରିଚୟ

କୁମୁଦିନୀ ବେହେରା
ଅନୁଗୋଳ, ଓଡିଶା | ସଦ୍ୟ ପୋଷ୍ଟ

ଅନ୍ୟ ଲେଖାଗୁଡ଼ିକ ପଢନ୍ତୁ

ପ୍ରତୀକ୍ଷିତ ମନ

ମୁକୁଳି ଆସ ଗୋ’ ଶିକୁଳି ଫିଟାଇ
ମହକରେ ଭରି ଦେବି
ଆକାଶକୁ ମୁଁ ଯେ ନିରେଖି ଚାହିଁଛି
କେବେ ତୁମକୁ ପାଇବି l

ଚାନ୍ଦ ମୁଁ ତୁମକୁ ରଙ୍ଗରେ ରଙ୍ଗେଇ
ମଳୟର ଛୁଆଁ ଦେବି
ହୀରାଲୀଳା ମୋତି ମାଣିକ ଠାରୁ ବି
ମନୋହର ମନ ଦେବି l

ଅନୁରାଗ ଭିଜା ଅନୁଭବ ଦେବି
ଅନ୍ତରେ ସାଇତି ଥିବି
ଆଖିରେ ଦେବି ମୁଁ ସୁନେଲି ସପନ
ପ୍ରାଣେ ପୁଲକ ଭରିବି l

ପ୍ରତି ମୁହୂର୍ତ୍ତରେ ଛାଇଟିଏ ହୋଇ
ପାଖେ ପାଖେ ରହି ଥିବି
ଅଜସ୍ର ବିମୁଗ୍ଧ ମୁହୂର୍ତ୍ତର ମଧୁ
ରସେ ତୃପ୍ତି କରାଇବି l

ତୁମେ ପରା ମୋର ଆଶା ଇନ୍ଦ୍ରଧନୁ
ହୃଦୟର ହସ୍ତାକ୍ଷର
ମୋ’ ଶବ୍ଦ ଗୁଛର ଗଳ୍ପ ପରିଭାଷା
ଶତ ସ୍ଵର୍ଣ୍ଣlକ୍ଷରୀ ସ୍ଵର l

ମୋ’ ମନ ନାୟକ ନୁହଁ ପ୍ରତାରକ
ତୁମେ ମୋ ବଉଳାଧେନୁ
ସୂଚିମନ୍ତ, ରୁଚିମନ୍ତ, ଜ୍ଞାନବନ୍ତ
ଭୁଲି କି ପାରିବି ମନୁ l

ମତ୍ତ ମଧୁପର ସମ ଆସିଥାଅ
ଦିବାକର ପ୍ରସ୍ଥାନରେ
ଗୋପନରେ ଆସି ସପନ ରାଇଜେ
ଭିଜି ଯାଅ ଜୋଛନାରେ l

ମଧୁଚlକ ବାଣୀ ହୃଦୟେ ମୋ ବୁଣି
ମନ ନେଇ ଯାଅ କିଣି
ତୁମ ପରସରେ ମନ ଗହନରେ
ବlଜଇ ରାଗରାଗିଣି l

ମନ ତୁମ ପାଇଁ ପୁଣ୍ୟ ମଧୁକୁଲ୍ୟl
ମର୍ମେ ଭରା ମାଦକତା
ପ୍ରାଣେ ପବିତ୍ରତା ଭାବେ ବଦାନ୍ୟତା
ବାଢେ ମୃଣ୍ମୟୀ ମମତା l

ଅପଲକ ନୟନରେ ଚାହିଁଥାଏ
ତୁମ ଫେରିବା ବାଟକୁ
ଏହି ଜନ୍ମ ନୁହେ ପ୍ରତୀକ୍ଷା ମୋ’ ଅଛି
ଶହ ଶହ ଜନମକୁ l

ସଂସାର ଜାଣିଛି ଚନ୍ଦ୍ରମା ଗୋ’ ତୁମେ
କୁମୁଦିନୀ ଚିତ୍ତ ଚୋର
ପ୍ରତୀକ୍ଷିତ ପ୍ରେମ ନ’ ହେଉ ସମ୍ପୂର୍ଣ୍ଣ
ତଥାପି ପ୍ରେମ ଅମର l

କୁମୁଦିନୀ ବେହେରା,ଶିକ୍ଷୟିତ୍ରୀ, ଅନୁଗୋଳ,ମୋ-୮୯୧୭୩୪୩୬୬୮


HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ