ବେଲ ପଣା କିଣେ ମନ

ଲେଖକ ପରିଚୟ

ବିରେନ କୁମାର ବେହେରା
ପୋଷାଇ, ମହାକାଳପଡା, କେନ୍ଦ୍ରାପଡା | ସଦ୍ୟ ପୋଷ୍ଟ

ଅନ୍ୟ ଲେଖାଗୁଡ଼ିକ ପଢନ୍ତୁ

ଓଡିଆଙ୍କ ଆଜି ପହିଲି ସଂକ୍ରାନ୍ତି,
ଆଉ ବି ପହିଲି ଦିନ ।
ଆଜି ପରା ଅଟେ ପଣା ସଂକରାନ୍ତି,
ବେଲ ପଣା କିଣେ ମନ ।।
ମହାବୀରଙ୍କର ଆଜି ତ ଜୟନ୍ତୀ,
କିଏ ବା ନ ଜାଣେ ଏହା ?
ଓଡିଆମାନଙ୍କ ନୂଆ ବର୍ଷ ଆଜି,
ହେବେ ମିଠା ଦିଆନିଆ ।।
ଘରେ ଘରେ ଆଜି ମନେଇବେ ଖୁସି,
କରି ପିଠା,ପଣା, ଖିରି ।
ମନ୍ଦିରରେ ଭକ୍ତ ଲଗାଇବେ ଟୀକା,
ଚନ୍ଦନ କାଠକୁ ଘୋରି ।।
ଓଡିଆ ଭାବରେ ଗର୍ବ କରୁ ଆମେ,
ଓଡିଆ ଆମର ମନ ।
ଆସ ଆଜି ଆମେ କରିବା ପାଳନ,
ବରଷର ଆଦ୍ୟ ଦିନ ।।
ଭୁଲିବାନି ଆମେ ଆମ ନୂଆବର୍ଷ,
ଓଡିଆ ଆମର ଜାତି ।
ଆମ ରାଜ୍ୟ ପାଇଁ ଆମେ ତ ଗର୍ବିତ,
ଚାଲିବା ଫୁଲାଇ ଛାତି ।।
ଆଜିର ଦିନରେ ଜନମ ମୋହର,
ଶିବଙ୍କ ଆଶିଷ ରହୁ ।
ପାଠକମାନଙ୍କ ସ୍ନେହ ପ୍ରେମ ସବୁ,
ମୋ ପାଇଁ ଝଟକୁଥାଉ ।।

ଓଡିଆ ନବ ବର୍ଷ ଓ ମହାବିଷୁବ ସଂକ୍ରାନ୍ତି ର ଶୁଭେଚ୍ଛା, ବନ୍ଧୁ୍ଗଣ

ବୀରେନ୍ କୁମାର ବେହେରା
ପୋଷାଇ, ମହାକାଳପଡା, କେନ୍ଦ୍ରାପଡା
Email- beherabirenkumar65@gmail.com
ଯୋଗାଯୋଗ-7008793662


HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ