ରାଜା ପଣ୍ଡିତଙ୍କୁ କ’ଣ କହିଲେ

ଲେଖକ ପରିଚୟ

Blog | + ଏହି ଲେଖକଙ୍କର ଅନ୍ୟ ଲେଖା ପଢିବାକୁ [ଏଠାରେ କ୍ଲିକ କରନ୍ତୁ]

ଆସ କିଛି ଜାଣିବା……..୧୮୩

ରାଜା ପଣ୍ଡିତଙ୍କୁ କ’ଣ କହିଲେ ?

ରାଜାଙ୍କ ପାଖରେ ଜଣେ ପଣ୍ଡିତ ପହଞ୍ଚିଲେ । ନିଜର ଜ୍ଞାନର ପରାକାଷ୍ଠା ପ୍ରଦର୍ଶନ କରି ରାଜାଙ୍କ ପରାମର୍ଶଦାତା ଭାବେ ରାଜ ଦରବାରରେ ସ୍ଥାନଟିଏ ଲାଭ କରିବା ଥିଲା ତାଙ୍କର ଉଦ୍ଦେଶ୍ୟ । କାରଣ ସେ ଶୁଣିଥିଲେ ଯେ ରାଜା ଯାହାଙ୍କ ଠାରୁ ବିଶେଷ ପରାମର୍ଶ ଲୋଡୁଛନ୍ତି ସେ ଜଣେ ସାଧାରଣ ଚାଷୀ । ତାଙ୍କର କୌଣସି ଶିକ୍ଷାଦୀକ୍ଷା ନାହିଁ । ରାଜାଙ୍କ ଦରବାରରେ ପହଞ୍ଚି ପଣ୍ଡିତ ମହାଶୟ ଆହ୍ବାନ ଦେଲେ ଯେ ଯଦି କାହାର ସାହସ ଅଛି ତାଙ୍କୁ ଜ୍ଞାନରେ ପରାସ୍ତ କରି ଦେଖାନ୍ତୁ । ସଙ୍ଗେ ସଙ୍ଗେ ରାଜାଙ୍କ ଦରବାରରେ ଥିବା ପଣ୍ଡିତ ବର୍ଗ ଚଳଚଞ୍ଚଳ ହୋଇ ଉଠିଲେ । କିନ୍ତୁ ସମସ୍ତେ ପଣ୍ଡିତଙ୍କ ଦ୍ବାରା ପରାସ୍ତ ହେଲେ । ଏବେ ପଣ୍ଡିତ କହିଲେ-ମହାରାଜ, ଆପଣଙ୍କ ଦରବାରରେ ମୋ ଭଳି ଜ୍ଞାନୀ ବିଦ୍ଯମାନ । ତେଣୁ ଆପଣ ମୋତେ ଆପଣଙ୍କ ପରାମର୍ଶଦାତା ଭାବେ ଗ୍ରହଣ କରିବା ଉଚିତ ।
ରାଜା କହିଲେ-ଆପଣଙ୍କ ଜ୍ଞାନ ଚମତ୍କାର । କିନ୍ତୁ ମୋ ସୀମିତ ବୁଦ୍ଧିରେ ମୁଁ କହିବି ଯେ ଆପଣ ପ୍ରକୃତରେ ଜଣେ ମୃଢ଼ ? ହଠାତ୍ ଏକଥା ଶୁଣି ପଣ୍ଡିତ ଚମକି ପଡିଲେ ।
ରାଜା କହିଲେ-ବୁଝାଇ ଦେଉଛି ଶୁଣ । ମୁଁ ମାନୁଛି, ଆପଣ ଜଣେ ପଣ୍ଡିତ । ବିଭିନ୍ନ ସ୍ରୋତରୁ ଜ୍ଞାନ ଆହରଣ କରି ଆପଣ ମହାଜ୍ଞାନୀ ଅଟନ୍ତି । କିନ୍ତୁ ଆପଣ ଭାବୁଛନ୍ତି ଯେ ଆପଣ ସର୍ବଜ୍ଞ ବୋଲି । ଆପଣଙ୍କ ପାଖରେ କ’ଣ ଅଭାବ ରହିଛି ସେ ସମ୍ପର୍କରେ ଧାରଣା ଆପଣଙ୍କର ନାହିଁ । ଯେଉଁମାନେ ନିଜ ପାଖରେ ଥିବା ଅଭାବଟିକୁ ଜାଣି ପାରନ୍ତି ନାହିଁ, ସେମାନେ ଯେତେ ଜ୍ଞାନୀ ହେଲେ ମଧ୍ୟ ମୃଢ଼ ଅଟନ୍ତି । ମୁଁ ଯାହାଙ୍କ ଠାରୁ ପରାମର୍ଶ ନିଏ ସେ ଜଣେ ଅଶିକ୍ଷିତ । ତାଙ୍କର କୌଣସି ଶାସ୍ତ୍ରଜ୍ଞାନ ନାହିଁ ଏକଥା ଠିକ୍ । କିନ୍ତୁ ସେ ଜାଣନ୍ତି ଯେ ତାଙ୍କ ପାଖରେ କ’ଣ ଅଛି ଓ କ’ଣ ନାହିଁ । ଶେଷରେ ପଣ୍ଡିତ ଲଜ୍ଜିତ ହୋଇ ମୁହଁ ତଳକୁ ପୋତିଲେ ।

ସଂଗ୍ରହକାରୀ–ନରେନ୍ଦ୍ର ପ୍ରସାଦ ବେହେରା, ଆଳଦା, ଖଇରା,ବାଲେଶ୍ଵର, ମୋ–୯୮୫୩୧୪୨୫୧୦

Leave a Reply

Your email address will not be published. Required fields are marked *